Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 46

ମେଷ: ପୂଜାର୍ଚ୍ଚନାରେ ସମୟ ବିତିବ। ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ। ଆପଣଙ୍କ କଂପାନିକୁ ବଡ଼ ଅର୍ଡର ମିଳିବ; ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆତ୍ମସମୀକ୍ଷାରେ ସମୟ ବିତିବ। ସମସ୍ତଙ୍କ ସହିତ ଖୁସି ବାଣ୍ଟିବେ। କଷ୍ଟ ମନେ ହେଉଥିବା କାମ ମିଠାକଥା କହି କରିନେବେ। ବ୍ୟବସାୟଙ୍କ ଲାଗି ଆର୍ଥିକ ଦୃଷ୍ଟିରୁ ଭଲ ରହିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିମଳା।

ମଥୁନ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଆପଣଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ଶାନ୍ତ ରହିବେ। ଚାକିରି ସମ୍ବନ୍ଧିତ କୌଣସି ମନୋକାମନା ପୂରଣ ହେବ। ଜୀବନସାଥୀଙ୍କ ସହିତ ନିକଟସ୍ଥ ସହରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

କର୍କଟ: ଆପଣଙ୍କ ଯୋଜନାକୁ ଆକଳନ କରିବା ଜରୁରୀ। ବିନା ଭାବିଚିନ୍ତି ଖର୍ଚ୍ଚ କଲେ ଅସୁବିଧାରେ ପଡ଼ିପାରନ୍ତି। ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ଡୀ।

ସିଂହ: କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅଚାନକ ଖୁସି ଖବର ମିଳିବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

କନ୍ୟା: ଆଜି ଦିନଟି ଭଲ ଫଳାଫଳ ନେଇ ଆସିବ। କୌଣସି ସମାରୋହରେ ନିକଟ ସଂପର୍କୀୟଙ୍କ ସହିତ ସାକ୍ଷାତ ହେବ; ଯାହା କି ଭବିଷ୍ୟତରେ ଲାଭ ଦେବ। ନୂଆ ଘର ବା ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଗଡ଼ଚଣ୍ଡୀ।

ତୁଳା: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କ ସାମନାକୁ ଆସୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇ ପାରିବେ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବିଛା: କାରବାର ସମ୍ବନ୍ଧରେ ପ୍ରିୟବନ୍ଧୁଙ୍କ ପରାମର୍ଶ ନିଅନ୍ତୁ; ଲାଭ ହେବ। ମିଛ କଥା କହନ୍ତୁ ନାହିଁ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମାଣିକେଶ୍ୱରୀ।

ଧନୁ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଔଷଧ ବ୍ୟବସାୟୀଙ୍କୁ ଫାଇଦା ହେବ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ବଢ଼ିଆ ଚାକିରି ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆପଣଙ୍କ ସ୍ୱଭାବ ସକାରାତ୍ମକ ଓ ମନ ଶାନ୍ତ ରହିବ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଭାଇଭଉଣୀ ଓ ମିତ୍ରଙ୍କ ସହିତ ସଂପର୍କ ମଜଭୁତ ହେବ। ଆମଦାନିର ନୂଆ ଅବସର ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଆଜି ଆପଣ ପ୍ରେମ ହିିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। ଆପଣଙ୍କ ନିଷ୍ପତ୍ତି ଆପଣଙ୍କୁ ଯଥେଷ୍ଟ ଲାଭ ଆଣିଦେବ। କୋର୍ଟରେ ଥିବା ବିଚାରାଧୀନ ମକଦ୍ଦମା ଆପଣଙ୍କ ପକ୍ଷରେ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଜୀବନରେ ବହୁତ ଉତ୍‌ଥାନ ପତନ ଅନୁଭବ କରିବେ। ଆପଣଙ୍କ ବିଚାର ଉପରେ ସ୍ଥିର ରହନ୍ତୁ। ଆୟର ନୂଆ ସ୍ରୋତ ମିଳିପାରେ। ପୁରୁଣା ରୋଗରୁ ଆରାମ ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More