Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 35

ମେଷ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରି କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କାର୍ୟ୍ୟକ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିମଳା।

ମିଥୁନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ସବୁ ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରୁ ଲାଭ ପାଇବେ। କାରବାରରେ ବିସ୍ତାର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ସକାରାତ୍ମକ ଭାବନାରେ ରହନ୍ତୁ। କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ଦୂରଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ପରିବାର ସହିତ ଅଧିକ ସମୟ ଖୁସିରେ କଟିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ରାମଚଣ୍ଡୀ।

ସିଂହ: ଆପଣଙ୍କ ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ; ମିଠାଫଳ ପାଇବେ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ। ବନ୍ଧୁଙ୍କ ସହିତ ଭଲରେ ସମୟ କଟିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ସନ୍ତୋଷୀ ମାତା।

କନ୍ୟା: ଆପଣଙ୍କ ଚେହେରା ଅନ୍ୟମାନଙ୍କୁ ପସନ୍ଦ ହେବ। ସଙ୍ଗୀତ ଓ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ କରିବେ। ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ପୁରୁଣା ରୋଗରୁ ଆରାମ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ମନରେ ଧାର୍ମିକ କାର୍ୟ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସ୍ତ୍ରୀ ଓ ମାଆଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଆପଣଙ୍କର ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ସନ୍ତାନଙ୍କ ସଫଳତା ହେତୁ ଗୌରବାନ୍ଵିତ ଅନୁଭବ କରିବେ। ଶୁଭରଙ୍ଗ: କମଳା। ଆରାଧନା: ହର ପାର୍ବତୀ।

ବିଛା: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ଆୟ ବୃଦ୍ଧିର ଉଚିତ ସୁଯୋଗ ମିଳିବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

ଧନୁ: ଦିନଟି ଖାସ୍‌ ରହିବ। ଆପଣଙ୍କ ତର୍କ ଶକ୍ତି ଆଜି ଅନ୍ୟମାନଙ୍କୁ ପସନ୍ଦ ହେବ। ଅଫିସରେ କୌଣସି ବଡ଼ ଡିଲ୍‌ ହୋଇପାରେ। ପରିବାର ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ। ପ୍ରେମ ସଂପର୍କରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମକର: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ରହିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ବିବାହ ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ବଢ଼ିଆ। ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭ ହେବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଛାତ୍ରଛାତ୍ରୀମାନେ ଏକାଗ୍ରତାର ସହ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ବ୍ୟବସାୟିକ ଯୋଜନା ସଫଳ ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ। ସରକାରୀ ଚାକିରିଆଙ୍କର ପଦୋନ୍ନତିର ସମ୍ଭାବନା। ନୂଆ ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଗୁପ୍ତେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More