Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 44

ମେଷ: ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ସମାଧାନ ହେବ। ବ୍ୟବସାୟ ଲାଗି ଭଲ ସୁଯୋଗ ମିଳିବ। ରାଜନୀତିରେ ସୀମା ବଢ଼ାଇବେ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ବୃଷ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କୁ ପରାସ୍ତ କରିବେ। ବ୍ୟବସାୟରେ ସହକର୍ମୀଙ୍କ ମାଧ୍ୟମରେ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

ମିଥୁନ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଆମଦାନିର ନୂଆ ସୁଯୋଗ ଆସିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ। କୌଣସି ମହତ୍ତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ କରିନେବେ। ଧନ କମାଇବା ଲାଗି ଭଲ ଅବସର ମିଳିବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ୟ୍ୟଦେବ।

ସିଂହ: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ କିଛି କହିବେ ସେ ମନା କରିବେ ନାହିଁ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

କନ୍ୟା: ଆଜି ଆପଣ ଅଧିକ ଭାବପ୍ରବଣ ହୋଇପାରନ୍ତି। ବେକାର କଥା ଠାରୁ ଦୂରରେ ରହନ୍ତୁ। ଅଚାନକ ଧନଲାଭ ହେବ। ନୂଆ କାମରେ ରୁଚି ବଢ଼ିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଭାଗ୍ୟର ସହଯୋଗ ପାଇବେ। ବ୍ୟବସାୟ ବା ଚାକିରିରେ ନୂଆ କାମର ଶୁଭାରମ୍ଭ ହୋଇପାରେ। ଆପଣଙ୍କ ବ୍ୟବହାର ସମସ୍ତଙ୍କୁ ଭଲ ଲାଗିବ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ବିଛା: ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି। ଘରେ ଧାର୍ମିକ କାର୍ୟ୍ୟ ଆୟୋଜନ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା କପିଳାସ।

ଧନୁ: ଜରୁରୀ କାମ ପୂରା କରିବାରେ ବାଧା ଆସିପାରେ। ଆପଣ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଜନୀତିରେ ନେତୃତ୍ଵ ବଜାୟ ରଖିବା ଲାଗି ପରିଶ୍ରମ ଅଧିକ କରିବାକୁ ହେବ। ମହିଳାମାନେ ଜୀବନରେ ଆଗକୁ ଅଗ୍ରସର ହେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

ମକର: ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଅଫିସରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ପୁରୁଣାରୋଗରୁ ଆରାମ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

କୁମ୍ଭ: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆପଣଙ୍କ କଂପାନିକୁ ବଡ଼ ସୁଯୋଗ ମିଳିବ; ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ପାଇଁ ଯୋଜନା କରି ପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ମୀନ: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ; ସମ୍ଭାବ୍ୟ ସଂକଟ ଦୂର ହେବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More