Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 56

ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟରେ ଭଲ ଧନଲାଭ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଘରକୁ କୌଣସି ବନ୍ଧୁଙ୍କ ଆସିବା ହେତୁ ମନ ପ୍ରସନ୍ନ ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ବୃଷ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ଚାକିରି ପେସା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ହଠାତ୍‌ ଶୁଭ ଖବର ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଆଜି ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଆଜି କିଛି ନୂଆ କାମ କରିପାରନ୍ତି। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କ ସାମନାକୁ ଆସୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସହଜରେ ଦେଇପାରିବେ। କାର୍ୟ୍ୟକ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଙ୍ଗଳା।

ସିଂହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

କନ୍ୟା: ଆଜି ପୂରା ଦିନ ମନ ପ୍ରସନ୍ନ ରହିବ। କୌଣସି ବିଶେଷ କାର୍ୟ୍ୟ ଅତି ଶୀଘ୍ର କରିଦେବେ। ଅଳଙ୍କାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ସନ୍ଧ୍ୟାରେ ଶୁଭ ଖବର ପାଇବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

ତୁଳା: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ। ଆପଣଙ୍କ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଆର୍ଥିକ ସ୍ଥିତିରେ ସୁଧାର ଯୋଗ ରହିଛି। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ। ଘରେ ଧାର୍ମିକ କାର୍ୟ୍ୟ ଆୟୋଜନ ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ବିଛା: ଆଜି ଆପଣ ପ୍ରେମ ହିିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। କୌଣସି ଶୁଭ ଖବର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

ଧନୁ: ସାମାଜିକ କାର୍ୟ୍ୟରେ ବ୍ୟସ୍ତ ରହିବେ। ମନର କଥା କାହାରିକୁ କହିବେ। ବ୍ୟବସାୟରେ ଲାଭ ହେବ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମକର: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ଆଗକୁ ବଢ଼ିବା ଲାଗି ନୂଆ ଅବସର ନଜରକୁ ଆସିବ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ବନ୍ଧୁଙ୍କର ପୂରା ସହଯୋଗ ଆଜି ମିଳିବ। ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କୌଣସି ଶୁଭକାର୍ୟ୍ୟରେ ଖର୍ଚ୍ଚ କରିବେ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ତାରିଣୀ।

ମୀନ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ଅଚାନକ ଧନଲାଭ ହେବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More