Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 37

ମେଷ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ପୂର୍ବରୁ କରିଥିବା କାମରୁ ଆପଣଙ୍କୁ ଲାଭ ମିଳିବ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ବୃଷ: କାର୍ୟ୍ୟକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଆମୋଦ-ପ୍ରମୋଦ ଓ ମନୋରଂଜନ କାର୍ୟ୍ୟରେ ସମୟ ବ୍ୟୟ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମଝିଘରିଆଣୀ।

ମିଥୁନ: ଆପଣଙ୍କ ଭାବନା ଓ ବିଚାର ସକାରାତ୍ମକ ରଖନ୍ତୁ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ। ଜୀବନସାଥୀଙ୍କୁ ଖୁସି କରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ରଖିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଆଖଣ୍ଡଳମଣି।

ସିଂହ: ଖୋଦକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନ ପ୍ରାପ୍ତିର ପ୍ରବଳ ସମ୍ଭାବନା ରହିଛି। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ସାରାଦିନ ଆଶାନ୍ତି ମୁକ୍ତ ରହିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ। ନୂଆ କାରବାରର ଶୁଭାରମ୍ଭ ପାଇଁ ଦିନଟି ଭଲ। ଘରକୁ ନୂଆ ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ତୁଳା: ଧାର୍ମିକ କାର୍ୟ୍ୟରେ ସହଯୋଗ କରନ୍ତୁ, ଚାକିରି ଓ ବୃତ୍ତିରୁ ଲାଭ ମିଳିବ। ନ୍ୟାୟିକ ମାମଲା ଆପଣଙ୍କୁ ଅଶାନ୍ତି କରିପାରେ। ଅଭିଭାବକଙ୍କ ଠାରୁ ଝିଅମାନେ ଉପହାର ପାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ୟ୍ୟଦେବ।

ବିଛା: ଦିନଟି ଭଲ ରହିବ। କାର୍ୟ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ଵାରା ଆମଦାନି ବୃଦ୍ଧି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିପାରେ। ଯାହା ବି କାମ କରିବେ, ସଫଳତା ହାସଲ କରିବେ। ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସୁଧାର ଆସିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନ-ସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ପୂଜାପାଠରେ ସମୟ ବିତିବ। ବହୁ ଦିନର ଚିନ୍ତା ଦୂର ହେବ। ଆପଣଙ୍କ ମନ କାମ ଧନ୍ଦାରେ ଲାଗିରହିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଇଂଜିନିୟରିଂ ଛାତ୍ରଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଅଫିସ୍‌ରେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। କାରବାରର ଧୀର ଗତି ଯୋଗୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ, ଲାଭ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଘର ସଜାଇବା ପାଇଁ କୌଣସି ଉପକରଣ କିଣିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More