Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 51

ମେଷ: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି। ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରଙ୍କୁ ମିତ୍ରଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବାପା-ମାଆଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରୀମାନେ ଏକାଗ୍ରତାର ସହ ଅଧ୍ୟୟନ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆୟ ବୃଦ୍ଧିର ଅବସର ପ୍ରାପ୍ତ ହେବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

ସିଂହ: ଅଫିସରେ କୌଣସି କାମ ପୂରା କରିବାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଶତ୍ରୁ ଓ ବିରୋଧୀ ଆପଣଙ୍କୁ ଅଶାନ୍ତି କରିବା ପାଇଁ ଷଡ୍‌ଯନ୍ତ୍ର ରଚିବେ; ସତର୍କ ରହନ୍ତୁ। ଶାରୀରିକ ଦୃଷ୍ଟିରୁ ଅସୁସ୍ଥ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

କନ୍ୟା: ଆପଣଙ୍କ ଭାବନା ରଚନାତ୍ମକ ରହିବ। କାର୍ୟ୍ୟାଳୟରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ମାନସମ୍ମାନ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ଵିତ ହେବେ। ରଙ୍ଗ ବ୍ୟବସାୟୀଙ୍କୁ ମନ ମୁତାବକ ଲାଭ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମାଣିକେଶ୍ୱରୀ।

ବିଛା: କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଆଗକୁ ବଢ଼ିବା ଲାଗି ଭାଗ୍ୟ ସାଥ ଦେବ। ବ୍ୟବସାୟରେ ଉନ୍ନତି ହେବ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ଧନୁ: ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ବାହାର କାମରେ ଗଲାବେଳେ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଶାରଳା।

ମକର: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ବହୁତ ନୂଆ ରୁଚି ଅନୁଭବ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମଜଲିସ କରିବାରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ୱରୀ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆଗକୁ ବଢ଼ିବା ଲାଗି ସୁଯୋଗ ଅଚାନକ ମିଳିବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆର୍ଥିକ ପକ୍ଷ ମଜଭୁତ ହେବାରୁ ପରିବାରରେ ଅଶାନ୍ତି କମ ହେବ। ଶୁଭରଙ୍ଗ: ବାଇଗଣୀ। ଆରାଧନା: ମାଆ ତାରିଣୀ।

ମୀନ: ଆପଣଙ୍କର କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ସନ୍ତୋଷୀ ମାତା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More