Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 45

ମେଷ: ସକାରାତ୍ମକ ଭାବନାରେ ରହନ୍ତୁ। ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଝିଘରିଆଣୀ।

ବୃଷ: କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ୟ୍ୟରେ ସଫଳତା ହାସଲ କରିବେ। ବାକିଆ ପଇସା ଆପଣଙ୍କୁ ମିଳିପାରେ। ପରିଜନଙ୍କ ସହିତ ଖୁସିରେ ସମୟ କଟିବ। ଚାକିରିଆଙ୍କର ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

ମିଥୁନ: ଆତ୍ମବିଶ୍ୱାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇ ପାରନ୍ତି। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ।

କର୍କଟ: ମନରେ ଧାର୍ମିକ କାର୍ୟ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

ସିଂହ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ୟ୍ୟଦେବ।

କନ୍ୟା: ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ରଚନାତ୍ମକ କାମରେ ଧ୍ୟାନ ଦିଅନ୍ତୁୁ, ଲାଭ ହେବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଇଚ୍ଛା ପୂରା କରିବାରେ ପ୍ରୟାସ ସଫଳ ହେବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯିବାର ଯୋଜନା କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

ବିଛା: ଭୌତୁକ ସୁଖପ୍ରାପ୍ତି ଲାଗି ଦିନଟି ଭଲ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ବେକାରଙ୍କୁ ରୋଜଗାର ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ଧନୁ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ଆପଣଙ୍କ ବ୍ୟାବସାୟିକ ଯୋଜନା ସଫଳ ହେବ। ଲକ୍ଷ୍ମୀଙ୍କର ଆଗମନ ହେବ। ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ନୂଆ ବାହନ କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆଗକୁ ବଢ଼ିବା ଲାଗି କ୍ରମାନ୍ଵୟରେ ଚେଷ୍ଟା କରିବେ। ପରିଶ୍ରମର ଫଳ ଦ୍ଵିଗୁଣା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ନେତା ଆପଣଙ୍କୁ ବଡ଼କାର୍ୟ୍ୟ ଅର୍ପଣ କରିବେ। ମହିଳାଙ୍କ ଲାଗି ଭଲ ଦିନଟିଏ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କ ମହତ୍ତ୍ଵାକାଂକ୍ଷା ସମୟ ବିତିବା ସଙ୍ଗେସଙ୍ଗେ ବଦଳି ଯିବ। ଜମି କିମ୍ବା ବାହନ କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More