Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 56

ମେଷ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଅଧ୍ୟାପକଙ୍କୁ ବଡ଼ କଲେଜରେ ବଢ଼ିଆ ପ୍ରସ୍ତାବ ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

ମିଥୁନ: ଘରର ବାତାବରଣରେ ଖୁସି ରହିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ନୂଆ ସମ୍ବନ୍ଧ ଆରମ୍ଭ ହେବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ବାହନ କିଣିବା ପାଇଁ ଦିନଟି ଶୁଭ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

କର୍କଟ: ଭାବନାକୁ ସକାରାତ୍ମକ ରଖନ୍ତୁ। ଆର୍ଥିକ ସ୍ଥିରତା ଲାଗି ପରିଶ୍ରମର ଗତି ଅଧିକ କରିବାକୁ ହେବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। ସମ୍ଭବ ହେଲେ ଦୂରସ୍ଥାନ ଯାତ୍ରାରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସିଂହ: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ।

କନ୍ୟା: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଦିନଟି ଶୁଭ ରହିବ। ରାଜନୀତିରେ ସଫଳତା ମିଳିବ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ତୁଳା: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ବିଦେଶ ଯିବା ପାଇଁ ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା ହରିଶଙ୍କର।

ବିଛା: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଭବିଷ୍ୟତରେ ଲାଭ ମିଳିବା ପାଇଁ ନିବେଶର ପ୍ରସ୍ତାବ ପାଇବେ। ସନ୍ତାନଙ୍କ କୌଣସି ବିଶେଷ କାର୍ୟ୍ୟ ପାଇଁ ଧନ ଖର୍ଚ୍ଚ ହୋଇପାରେ। ଶତ୍ରୁମାନଙ୍କ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ଘରର ବାତାବରଣ ଆନନ୍ଦ ଉଲ୍ଲାସ ରହିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। କୌଣସି ବଡ଼ କଂପାନିରେ ଚାକିରି ପ୍ରସ୍ତାବ ମିଳିପାରେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

କୁମ୍ଭ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ରଚନାତ୍ମକ କାର୍ୟ୍ୟକଳାପରେ ଲୋକେ ପ୍ରଭାବିତ ହେବେ। ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଉନ୍ନତି ପାଇଁ ବ୍ୟକ୍ତି ପାଇବେ। ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More