Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 43

ମେଷ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ରାଜନୈତିକ ସମ୍ବନ୍ଧ ବଢ଼ିଆ ହେବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ବିଦେଶ ଶିକ୍ଷା ଲାଗି ସାଙ୍ଗର ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଭଲ କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

ମିଥୁନ: ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ। କ୍ୟାରିୟର ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହେବ। ନିକଟସ୍ଥ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା କରିବେ। ଜୀବନସାଥୀଙ୍କ ସହିତ କୌଣସି ମାମଲାକୁ ନେଇ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

କର୍କଟ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ଅଧ୍ୟାପକଙ୍କୁ ବଡ଼ କଲେଜରେ ବଢ଼ିଆ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ସକାରାତ୍ମକ ଭରା ରହିବ। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଫିସ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ନିତ ଅନୁଭବ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

କନ୍ୟା: ଦିନଟି ଆପଣଙ୍କ ଲାଗି ମହତ୍ତ୍ଵପୂର୍ଣ୍ଣ ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନରୁ ଯଥେଷ୍ଟ ଲାଭ ମିଳିବ। ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ତୁଳା: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ସବୁ କାମ ସହଜରେ ହୋଇଯିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଭୂସଂପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆପଣଙ୍କ ମନୋବଳ ଦୃଢ଼ ରହିବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସରେ ଆପଣଙ୍କ ପରାମର୍ଶକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ଧନୁ: ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନ ଆନନ୍ଦମୟ ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମିକାଙ୍କୁ କୌଣସି ଉପହାର ଦିଅନ୍ତୁ; ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା ଲୋକନାଥ।

କୁମ୍ଭ: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ତ୍ରୁଟିପୂର୍ଣ୍ଣ ରାୟ ଦେବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ। ରାଜନୀତିରେ ମନୋକାମନା ପୂର୍ଣ୍ଣ ହେବ। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ପୂଜାପାଠ କାର୍ୟ୍ୟକ୍ରମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। କୌଣସି ନୂଆ କାମ ବା ପ୍ରକଳ୍ପ ମିଳିପାରେ। ଲେଖକଙ୍କୁ ଆଜି ପୁରସ୍କାର ମିଳିବାର ସମ୍ଭାବନା ରହିଛି। ପ୍ରେମିକାଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More