Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 34

ମେଷ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ପାଇବେ। ଅଫିସ୍‌ କାମରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭଦାୟକ ହେବ। ନୂଆ ଜମି କିଣିବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଭାଗ୍ୟର ସହଯୋଗ ପାଇବେ। ଆଗକୁ ବଢ଼ିବା ପାଇଁ ନୂଆ ଅବସର ନଜରକୁ ଆସିବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ହେତୁ ସବୁ କାମରେ ସଫଳତା ମିଳିବ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସିଂହ: କାମ ପ୍ରତି ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। ପୂର୍ବରୁ କରିଥିବା କାମରୁ ଆପଣଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ମଝିଘରିଆଣୀ।

କନ୍ୟା: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସ୍ନେହ ଆଦର ପାଇବା ହେତୁ ଆନନ୍ଦିତ ହେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। କର୍ମସାଥୀଙ୍କ ସହଯୋଗ ମିଳିବ। ଅଫିସରେ କର୍ତ୍ତୃତ୍ଵ ବଢ଼ିବ। କ୍ରିକେଟ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବିଛା: ଭାଗ୍ୟ ଉଜ୍ଜ୍ଵଳ ରହିବ। କାମ ପ୍ରତି ଆପଣଙ୍କର ଉତ୍ସାହ ବୃଦ୍ଧି ହେବ। ଶିକ୍ଷା କ୍ଷେ଼ତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଅଚାନକ ଧନଲାଭ ଯୋଗ ରହିଛି। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ। ଅଫିସରେ କାମ ପୂରା କରିବାରେ ବାଧା ଆସିପାରେ। ଉଚ୍ଚଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ। ଘରକୁ ବନ୍ଧୁଙ୍କ ଆସିବା ହେତୁ ଖର୍ଚ୍ଚ ବୃଦ୍ଧି ହେବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମକର: ଭାଗ୍ୟ ଆପଣଙ୍କ ସାଥ ଦେବ। ଚାକିରି ବୃତ୍ତିରୁ ଲାଭ ପାଇବେ। ଆପଣଙ୍କ ମଧୁର ବ୍ୟବହାରରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବ୍ୟବସାୟରେ ନୂଆ ଦିଗ ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ମୀନ: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ। କଳାକାରଙ୍କୁ କୌଣସି ନୂଆ କାର୍ଯ୍ୟକ୍ରମ ମିଳିବ। ମହିଳାମାନେ ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More