Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 35

ମେଷ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ମିଳିପାରେ। ଔଷଧ ବ୍ୟବସାୟୀଙ୍କର ଉନ୍ନତି ହେବ। ଅଫିସ କାମ ସମୟ ପୂର୍ବରୁ ପୂରା ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ପୂଜାପାଠରେ ମନ ଅଧିକ ଲାଗି ରହିବ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ସମାଜରେ ମାନସମ୍ମାନ ପାଇବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ମିଥୁନ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ଵାରା ଭବିଷ୍ୟତ ଜୀବନ ଉଜ୍ଜ୍ଵଳମୟ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ୱରୀ।

କର୍କଟ: ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସିଂହ: ଆଜି ଆପଣ ନିଜକୁ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର କରିଦେବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

କନ୍ୟା: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି। ପରିଧାନ ବ୍ୟବସାୟୀ ବ୍ୟବସାୟ ପ୍ରତିଷ୍ଠାନକୁ ବିସ୍ତାର କରିପାରନ୍ତି। ପାରିବାରିକ ଦାୟିତ୍ଵ ସବୁ ପୂରା ହେବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ।

ବିଛା: ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟମାନଙ୍କ ସହିତ ବ୍ୟବହାରରେ ସକାରାତ୍ମକ ରଖନ୍ତୁ। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ଧନୁ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟ କ୍ଷେତ୍ରରେ କରି ଆସୁଥିବା ପ୍ରୟାସରେ ସଫଳ ହେବେ। କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆମଦାନିର ନୂଆ ସ୍ରୋତ ମିଳିବ। ଅଫିସରେ ଆପଣଙ୍କର ଆହୁରି ସମ୍ମାନ ବଢ଼ିବ। ବିଦେଶୀ ସମ୍ବନ୍ଧରେ ଆପଣଙ୍କୁ ଲାଭ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ନୂଆ ଖୁସି ନେଇ ଆସିଛି। କୌଣସି ମନୋରଂଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ। ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ। ଶୁଭରଙ୍ଗ:଼ ନୀଳ। ଆରାଧନା: ମାଆ ଶାରଳା।

ମୀନ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଅଚାନକ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟର ଯୋଜନା କରିବେ। ପିଲାଙ୍କ ସହିତ ଭ୍ରମଣରେ ଯିବା ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More