Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 45

ମେଷ: ଆଜି ଆପଣଙ୍କର କୌଣସି କାମ ବାଧାପ୍ରାପ୍ତ ହେବନାହିଁ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଖୁସ୍‌ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟକୌତୁକ କରିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ବଢ଼ିଆ ଚାକିରିର ସୁଯୋଗ ଆସିପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଈଶ୍ୱରଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ନମ୍ର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। କାରବାରକୁ ନେଇ ବ୍ୟସ୍ତ ରହିବେ। ସେୟାର କିମ୍ବା ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ସିଂହ: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରିବେ। ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

କନ୍ୟା: ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ସ୍ୱଭାବରେ ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କଟକଚଣ୍ଡୀ।

ତୁଳା: ସମୟ ଆପଣଙ୍କ ଲାଗି ଅନୁକୂଳ। ସାମାଜିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ଅବସର ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ଜମି କିଣିବା ପାଇଁ ଦିନଟି ଭଲ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ମକର: ବ୍ୟକ୍ତିତ୍ଵର ବିକାଶ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‍ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ। ଆମଦାନି ପାଇଁ ନୂଆ ସୁଯୋଗ ଜୁଟିବ। ରାଜନୀତିରେ ସଫଳତା ପାଇବେ। ପ୍ରିୟବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଭାଗ୍ୟ ଉଜ୍ଜ୍ଵଳ ରହିବ। ରାଜନେତାଙ୍କ ସାହାଯ୍ୟ ପାଇବେ। କୌଣସି ବଡ଼ କାମରୁ ଆଜି ଫାଇଦା ହେବ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଛାତ୍ରଙ୍କୁ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More