Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 41

ମେଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ବୃଷ: ଧୈର୍ୟ୍ୟ ଧରି ରହିଲେ ଆପଣ ଆରାମ ଅନୁଭବ କରିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଧବଳେଶ୍ୱର।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପରିବାରର ବିବାଦ ଜୀବନସାଥୀଙ୍କ ସହଯୋଗରେ ସମାଧାନ କରିନେବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା କପିଳାସ।

ସିଂହ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗିବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। କୌଣସି ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ବେପାରରୁ ଆଶାନୁରୂପ ଫଳ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ପଡ଼ୋଶୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ଚାକିରିରେ ନିଜର ଦାୟିତ୍ଵ ସୁରୁଖୁରୁରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସେୟାର ବଜାରରୁ ଆଶାଠୁଁ ଅଧିକ ଲାଭ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

ଧନୁ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ନିଜର ବିଚାରକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

କୁମ୍ଭ: ସାମାଜିକ କାର୍ୟ୍ୟରେ ଯୋଗଦାନ କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ମିଳିପାରେ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଖୋଦକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ହର ପାର୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More