Only for Entertainment

ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହାର ପାଳନ ବିଧି

Engadget
0 44

ଆଜି ମାଘ ପୂର୍ଣ୍ଣିମାରେ ପଡୁଛି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଏହା ସବୁଠାରୁ ଅଧିକ ସମୟ ଅର୍ଥାତ୍ ୩ ଘଣ୍ଟା ୨୩ ମିନିଟ୍ ପଯର୍ୟନ୍ତ ଦୃଶ୍ୟମାନ ହେବ। ଅପରାହ୍ଣ ୫ଟା ୧୭ରେ  ଗ୍ରହଣ ସ୍ପର୍ଶ ହେବା ପରେ ରାତି ୮ଟା ୪୦ ମିନିଟ୍‌ରେ ସର୍ବମୋକ୍ଷ ହେବ। ଏଥିପାଇଁ ପୁରୀ ଶ୍ରୀମନ୍ଦିର ଦେବନୀତିରେ ବିଶେଷ ବ୍ୟବସ୍ଥା କରାଯାଇଛି। ବିଳମ୍ବିତ ରାତି ୧୨ଟା ୨୦ରୁ ଦ୍ୱାରଫିଟା ପରେ ସକାଳ ୬ଟା ୨୦ ଭିତରେ ମଧ୍ୟାହ୍ନ ଧୂପ ଶେଷ ହୋଇ ୬ଟା ୨୫ ସୁଦ୍ଧା ସମସ୍ତ ଦେବନୀତି ସଂପନ୍ନ ହୋଇଛି।

ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଦକ୍ଷିଣ ଆମେରିକା, ପେସିଫିକ୍, ଆଟଲାଣ୍ଟିକ, ହିନ୍ଦ୍ ମହାସାଗର, ଆର୍କଟିକ ଓ ଆଣ୍ଟାର୍କଟିକାରେ ଦେଖି ହେବ। ପୂର୍ବ ଭାରତ, ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ୱେଷ୍ଟବେଙ୍ଗଲର ପୂର୍ବାଞ୍ଚଳରେ ଗ୍ରହଣ ପୂର୍ବରୁ ଚନ୍ଦ୍ର ଉଦୟ ହୋଇଯିବେ। ଏଥିପାଇଁ ଏ ସବୁ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦେଖିହେବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୫ଟା ୧୮ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ରାତି ୮ଟା ୪୧ରେ ଶେଷ ହେବ।

ଚନ୍ଦ୍ରଗ୍ରହଣର ସବିଶେଷ ଭାରତୀୟ ସମୟ: ଆଂଶିକ ଗ୍ରହଣ ସ୍ପର୍ଶ- ଅପରାହ୍ଣ ୦୫.୧୮ (ଦିନବେଳା ହେତୁ ଅଦୃଶ୍ୟ ରହିପାରେ); ଚନ୍ଦ୍ରୋଦୟ ହେବ ଅପରାହ୍ଣ ୦୫.୩୨.୦୦। ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ହେବ ସଂଧ୍ୟା ୦୬.୨୨ରେ। ଗ୍ରହଣ ମଧ୍ୟ- ସଂଧ୍ୟା ୭ଟା। ମୋ‍କ୍ଷାରମ୍ଭ ଓ ଗ୍ରହଣ ଶେଷ ହେବ ସଂଧ୍ୟା ୭ଟା ୩୮ରେ। ଆଂଶିକ ଗ୍ରହଣ ଶେଷ- ରାତ୍ର ୮.୪୧ (ସର୍ବ ମୋ‍କ୍ଷ)।

ସୂର୍ଯ୍ୟୋଦୟ ସମୟରୁ ହିଁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ। କାରଣ ଏହା ‘‘ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ’’ ଅଟେ। ସୂର୍ଯ୍ୟୋଦୟ ପୂର୍ବରୁ ଓ ସର୍ବମୋକ୍ଷ ପରେ, ଗାଧୋଇ ସାରି ଦେବନୀତି କରିପାରିବେ। ତେବେ ବାଳକ, ବୃଦ୍ଧ ଓ ରୋଗୀ ବ୍ୟକ୍ତି ଭୋଜନ କରିପାରିବେ।

ଗ୍ରହଣ ଦର୍ଶନେ ଶୁଭାଶୁଭ: ମେଷ, ବୃଷ, ମିଥୁନ, କର୍କଟ, ମକର, କୁମ୍ଭ ରାଶି ଏବଂ କୁରିକା, ଅଶ୍ଳେଷା, ଉ:ଫାଲଗୁନୀ, ଜ୍ୟେଷ୍ଠା, ଉତ୍ତରାଷାଢ଼ା, ରେବତୀ ନକ୍ଷତ୍ରର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦେଖିବା ଅଶୁଭ। ଅନ୍ୟ ରାଶି ଓ ଅନ୍ୟ ନକ୍ଷତ୍ରର ବ୍ୟକ୍ତିମାନଙ୍କ ପକ୍ଷେ ଦର୍ଶନ ଶୁଭ ଅଟେ। ଗ୍ରହଣ ଦିନଠାରୁ ୭ ଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ, ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More