Only for Entertainment

ଆଜି ରିଲିଜ୍‌ : ‘ଠଗ୍ସ ଅଫ ହିନ୍ଦୋସ୍ତାନ’

Deccan Chronicle
35

ଅମୀର୍‌ ଖାନଙ୍କ ବହୁପ୍ରତୀକ୍ଷିତ ସିନେମା ତଥା ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ସିନେମା ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ ରିଲିଜ୍‌ ଆଜି ହେଉଛି । ଏହି ସିନେମାରେ ପ୍ରଥମ ଥରଲାଗି ଅମୀର୍‌ ଖାନ୍‌ ଏବଂ ଅମିତାଭ ବଚ୍ଚନ ଏକାଠି ଆସୁଛନ୍ତି । ଏତଦବ୍ୟତୀତ କାଟ୍ରିନା କୈଫ୍‌ ଏବଂ ଫାତିମା ଶେଖ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଏବଂ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶକ।ଏହି ସିନେମାରେ ନିଜର ଚରିତ୍ରକୁ ନେଇ ଅମୀର୍‌ ଖାନ୍‌ ଅଧିକ ଉତ୍ସାହିତ ଥିବା ବେଳେ କାଟ୍ରିନା କୈଫ୍‌ ଦ୍ୱିତୀୟ ଥର ଲାଗି ତାଙ୍କ ସହ ଯୋଡି ବନାଉଥିବାରୁ ବି ଖୁସି ଅଛନ୍ତି। ଫିଲ୍ମର ଫାର୍ଷ୍ଟ ଲୁକ୍‌ ଏବଂ ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିଲେ। ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’କୁ ନେଇ ସିନେପ୍ରେମୀଙ୍କ ମହଲରେ ଉତ୍କଣ୍ଠା ରହିଛି।ଏହି ସିନେମାର ଅଧିକାଂଶ ସୁଟିଂ ବିଦେଶରେ କରାଯାଇଛି।

ଏହି ସିନେମା ଏକ ପିରିଅଡିକ୍‌ ଫିଲ୍ମ ହୋଇଥିବା ହେତୁ ଏହା ଦର୍ଶକଙ୍କୁ କେତେ ଆକୃଷ୍ଟ କରିପାରୁଛି ଏବଂ ଦିଓ୍ଵାଲିର ସବୁଠାରୁ ବଡ଼ ସିନେମା ‘କ୍ରିଶ୍‌ –୩’ର ବକ୍ସ ଅଫିସ୍‌ କଲେକସନକୁ ଟପୁଛି  କି ନା ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More