Only for Entertainment

ଆଜି ପରଦାକୁ ଆସୁଛି ‘ହାପିଲକି’

Odia Movie Songs
0 329

ତରଙ୍ଗ ସିନେ ପ୍ରଡକ୍ସନର ୧୧ତମ ଚଲଚ୍ଚିତ୍ର ‘ହାପିଲକି’ ଆଜି ପରଦାକୁ ଆସୁଛି । ୨୦୧୮ରେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ସିନେମା ଏତେବେଶୀ ଦର୍ଶକୀୟ ସଫଳତା ପାଇ ନ ଥିବାବେଳେ ‘ହାପିଲକି’ ଆଜି ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଛି । ପ୍ରାୟ ୫୦ରୁ ଉଦ୍ଧ୍ୱର୍ ପ୍ରେକ୍ଷାଳୟରେ ଏହି ଫିଲ୍ମ ରିଲିଜ କରୁଥିବା ସୂଚନା ମିଳିଛି । ଅବଶ୍ୟ ତରଙ୍ଗ ସିନେ ପ୍ରଡକ୍ସନର ପୂର୍ବ ସଫଳତା ଯୋଗୁଁ ଦର୍ଶକଙ୍କ ପାଖରେ ବର୍ତ୍ତମାନର ସବୁଠୁ ବିଶ୍ୱାସଯୋଗ୍ୟ ପ୍ରଯୋଜନାସଂସ୍ଥା ଭାବେ ନିଜକୁ ସାବ୍ୟସ୍ତ କରିସାରିଛି । ତେଣୁ ସେ ତା’ ଦର୍ଶକମାନଙ୍କୁ ଏକ ଭଲ ଉପହାର ଦେବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ ।

ତରଙ୍ଗ ପ୍ରଡକ୍ସନର ପୂର୍ବ ଫିଲ୍ମର ଗୀତ ଗୁଡିକ ପରି ଏହି ଫିଲ୍ମର ଗୀତ ଗୁଡିକ ମଧ୍ୟ ସୁପରହିଟ ହୋଇଛି । ଯାହା ଦର୍ଶକଙ୍କୁ ଆକୃଷ୍ଟ କରିବାର ଏକ ମୁଖ୍ୟ କାରଣ ପାଲଟିଛି । ଏହି ଫିଲ୍ମରେ ସମ୍ବିତଙ୍କୁ ଏକ ନୂଆ ପାର୍ଟନରଙ୍କ ସହିତ ନଜର ଆସିବେ । ‘ହାପିଲକି’ରେ ସମ୍ବିତ ଯେଉଁ ନବାଗତଙ୍କ ସହିତ ନଜର ଆସିବେ ସେ ହେଲେ ସସ୍ମିତା । ‘ହାପି ଲକି’ର ଅନ୍ୟ ଏକ ଯୋଡି ହେଲେ ଜ୍ୟୋତି-ଏଲିନା। ଏହି ସମସ୍ତ କଳାକାରଙ୍କର ଏହା ଏ ବର୍ଷର ପ୍ରଥମ ସିନେମା। ଏହାର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।

ସବୁଠୁ ବଡ଼ କଥା ହେଲା ଯେ ଏହି ସିନେମାରେ ବବି ମିଶ୍ର ବେଶ କିଛି ଦିନ ବ୍ୟବଧାନରେ ପୁଣି ପରଦାକୁ ଫେରିଛନ୍ତି।‘ହାପି ଲକି’ର ସଙ୍ଗୀତ କାର ହେଲେ ପ୍ରେମ ଆନନ୍ଦ।ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ବୋଲି କୁହାଯାଉଛି। ଏହା କେତେଦୂର ଦର୍ଶକଙ୍କୁ ଆକର୍ଷିତ କରୁଛି ତାହା ଦେଖିବା କଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More