Only for Entertainment

ଆଜି ରିଲିଜ ଓଡିଆ ସସପେନସ୍ ଥ୍ରିଲର ‘ହତ୍ୟା’

OdiaLive
0 62

ଆଜି ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ହତ୍ୟା’ । ଗୋପାଳ ଗୋଲକ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ହତ୍ୟା’କୁ ୟୁ/ଏ ସେନସର ସାର୍ଟିଫିକେଟ୍‌ ମିଳିଥିବା ଜଣାଯାଇଛି।ଏହାର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଟି.ଗଣେଶ ଯିଏ କି ଆଗରୁ କ୍ରିଷ୍ଣା ଗୋବିନ୍ଦା ଏବଂ ଦି-ଏଣ୍ଡ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏକ ସସପେନ୍‌ସ ଥ୍ରିଲର୍‌ ବୋଲି କୁହାଯାଉଥିବା

ଏହି ସିନେମାର ପ୍ରଯୋଜନା କରିଛନ୍ତି ଅକ୍ଷୟ କର। ଅଜୟ ସାମଲ ଏହାର ସଂଳାପକାର ଓ ଏସ୍‌.ଚନ୍ଦ୍ରକାନ୍ତ ସଙ୍ଗୀତକାର।ଏଥିରେ ଅର୍ପଣ,ଅନେ୍ଵଷା,କାଳୀ,ଜ୍ୟୋତି,ଇଲୁ ବାନାର୍ଜୀ ଓ ବାଙ୍କୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏବର୍ଷର ଷଷ୍ଠ ଓଡ଼ିଆ ଛବି ହେବ। ଏହା ଚଳିତ ମାର୍ଚ୍ଚ ମାସରେ ରିଲିଜ୍‌ ହେଉଥିବା ତୃତୀୟ ସିନେମା ହେବ। ଏହା ଆଗରୁ ଏ ବର୍ଷ ଓନଲି ପ୍ୟାର୍‌, ହାପି ଲକି, ଗୁଡୁ ଆଣ୍ଡ ଗୁଡି, ମନର ମାନସୀ ଏବଂ ଦୀପୁ ଦ ଡ୍ୟାନସ୍‌ ବୟ ରିଲିଜ୍‌ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More