Only for Entertainment

ରିଲିଜ ହେଲା ଆକ୍ସନ ରୋମାଂଟିକ ଚଳଚ୍ଚିତ୍ର “ଭାଇଜାନ” !

youtube
0 29

ଓଲିଉଡ୍ ପରଦାରେ ମୁକ୍ତିଲାଭ କରିଛି ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ଭାଇଜାନ୍ । ଫିଲ୍ମରେ ଅଭିନେତା ସୁରଜ ଓ ଅଭିନେତ୍ରୀ ଦେବସ୍ମିତାଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି । ଏହି ସିନେମାଟି ସୁରଜଙ୍କ ଅଭିନୀତ ଦ୍ୱିତୀୟ ଓଲିଉଡ୍ ଫିଲ୍ମ । ଏହି ସିନେମାରେ ତାଙ୍କୁ ଦମଦାର୍ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଛି । ଏହି ସିନେମାଟି ଏବେ ଓଡିଶାର ବିଭିନ୍ନ ହଲରେ ପ୍ରସାରିତ ହେଉଛି ।

ଓଲିଉଡ୍ ପରଦାରେ ଏବେ ମୁକ୍ତିଲାଭ କରିଛି ଆକ୍ସନ୍ ଚଳଚ୍ଚିତ୍ର ଭାଇଜାନ୍ । ଗଣେଷ ପୂଜା ଅବସରରେ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ଭାଇଜାନ୍ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସୁରଜ୍ ଓ ଦେବସ୍ମିତା । ଅନେକ ଦିନ ପରେ ଓଲିଉଡ୍ ପରଦାରେ ସୁରଜଙ୍କ ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କର ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ଦେବସ୍ମିତା । ଉଭୟ ନାୟକ ଓ ନାୟିକାଙ୍କୁ ଫିଲ୍ମର ପ୍ରିମିୟର୍ ଶୋ’ରେ ଦେଖିବାକୁ ମିଳିଥିଲା ।

ଏହି ସିନେମାର ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଟି.ଗଣେଷ । ସିନେମାର ସଂଳାପ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ସୂର୍ଯ୍ୟକାନ୍ତ ମହାଲିକଙ୍କ ପ୍ରଯୋଜିତ ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାଶ ।

ଓଡିଶାର ୧୧ଟି ଭିନ୍ନ ଭିନ୍ନ ହଲରେ ପ୍ରସାରିତ ହେଉଛି ଚଳଚ୍ଚିତ୍ର ଭାଇଜାନ୍ । ଏବେ ଦେଖିବାକୁ ବାକି ରହିଲା ସିନେମାଟି ବକ୍ସ ଅଫିସ୍ରେ କେତେ ବ୍ୟବସାୟ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More