Only for Entertainment

ଜାଣନ୍ତୁ ଆଜିର ରାଶିଫଳ

todays horoscope
0 49

ମେଷ: ସମୟର ସଦୁପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହିତ ପ୍ରୟାସ କରନ୍ତୁ; ସଫଳ ହେବେ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ବୃଷ: ଭାଗ୍ୟର ସହଯୋଗ ପାଇବେ। ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ସୁଖ ସୁବିଧା ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ମିଥୁନ: କାମ ପ୍ରତି ଆପଣଙ୍କ ଉତ୍ସାହ ବଢ଼ିବ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ଆୟ ଲାଗି ନୂଆ ସୁଯୋଗ ମିଳିବ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ୟ୍ୟଦେବ।

କର୍କଟ: ଦିନଟି ଭଲରେ କଟିବ। କାରବାର ଓ ଆୟରେ ବୃଦ୍ଧି ହେବ। ପିତାଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଛାତ୍ରମାନେ କ୍ୟାରିୟରରେ ବଡ଼ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସତ୍ୟନାରାୟଣ।

ସିଂହ: ଦିନଟି ଫଳପ୍ରଦ। ଆପଣଙ୍କ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଆପଣଙ୍କ ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଭାବିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ପୂର୍ବରୁ କିଛି କରିଥିବା କାମରେ ଆଜି ଫାଇଦା ହେବ। ବାହନ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ପରିବାରରେ ସୁଖଦ ମାହୋଲ୍‌ ରହିବ। ଅଫିସ୍‌ରେ କୌଣସି ଖୁସି ଖବର ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

ତୁଳା: ମହତ୍ତ୍ଵପୂର୍ଣ୍ଣ କାର୍ୟ୍ୟରେ ବ୍ୟସ୍ତ ରହିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ବିଦ୍ୟୁତ୍‌ ସରଞ୍ଜାମ କରୁଥିବା ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବିବାହିତ ଭଲ ସ୍ଥାନକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କର ଊର୍ଜାର ସ୍ତର ଉଚ୍ଚ ରହିବ। ପୁରୁଣା ଜମି ବିକ୍ରୟରେ ଲାଭ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବାରୁ ପରିବାରରେ ଅଶାନ୍ତି ହ୍ରାସ ହେବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।

ଧନୁ: ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ସକାଶେ କୌଣସି ନିକଟ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ୟ୍ୟଦେବ।

ମକର: ଆଜି ଦିନଟି ଆପଣଙ୍କ ଲାଗି ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ମିଳିପାରେ। ଧନଲାଭର ନୂଆ ଅବସର ମିଳିପାରେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ୱରୀ।

କୁମ୍ଭ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ମାତାପିତାଙ୍କ ସ୍ନେହ ପାଇବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମୀନ: ଆପଣଙ୍କ ଲାଗି ଦିନଟି ଭଲ ଫଳାଫଳ ନେଇ ଆସିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More