Only for Entertainment

ଜାଣନ୍ତୁ ଆଜିର ରାଶିଫଳ

women's health
26

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରି‌େନବେ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ପଢ଼ାଲେଖାରେ ସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ; ସଫଳତା ପାଇବେ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

ମିଥୁନ: ଆର୍ଥିକ ଲାଭ ପାଇବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। କୌଣସି ବଡ଼ ସଉଦା ହୋଇପାରେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ପାରିବାରିକ ବିବାଦରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ବିଦ୍ୟୁତ୍ ଉପକରଣ କିଣି ପାରନ୍ତି। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ମନୋଭାବରେ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। କ୍ୟାରିୟର ଗଢ଼ିବା ପାଇଁ ନୂଆ ପ୍ରସ୍ତାବ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ଅର୍ଥ ସମ୍ବନ୍ଧିତ କାମ ପୂରା ହେବ। ପରିବାରରେ ‌େଢର‌୍‌ସାରା ଖୁସି ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଧୢାନ ଯୋଗରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ସାଙ୍ଗ ସହିତ ହସଖୁସିରେ ସମୟ କଟିବ। ଆମଦାନି ଉପରେ ଅଧିକ ଧୢାନ ଦିଅନ୍ତୁ। ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବିଛା: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଜୀବନରେ ଲାଗିରହିଥିବା ସ˚ଘର୍ଷ ସମାପ୍ତ ହେବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ଧନୁ: ଭାଗ୍ୟ ଆପଣଙ୍କର ସାଥ ଦେବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ ରହିବ। ପଦୋନ୍ନତିର ପୂର୍ବାଭାସ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ଦାମ୍ପତ୍ୟ ଜୀବନରେ ଆପୋସ ପ୍ରେମ ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ନିଜର ଜିଦ ବଜାୟ ରଖିବା ପାଇଁ ବିବାଦ କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରେ ଅ˚ଶ ଗ୍ରହଣ କରିବେ। ଅଫିସରେ ସାବଧାନ ରହିବା ଆବଶ୍ୟକ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ମୀନ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହେବ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ; ଲାଭ ହେବ। ଛାତ୍ରୀଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More