Only for Entertainment

ଜାଣନ୍ତୁ ଆଜିର ରାଶିଫଳ

53

ମେଷ: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ବୃଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ଘରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଧ୍ୟାନ ଯୋଗରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହେବ। ଆମଦାନି ଉପରେ ଅଧିକ ଧୢାନ ଦିଅନ୍ତୁ। ଚାକିରିରେ ଦୂର ସ୍ଥାନକୁ ବଦଳି ହୋଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଦେବ।

କର୍କଟ: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଜୀବନରେ ଲାଗିରହିଥିବା ସ˚ଘର୍ଷ ସମାପ୍ତି ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପିଲା ଓ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ସି˚ହ: ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ। ଉନ୍ନତିର ନୂଆ ମାର୍ଗ ଖୋଲିବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସନ୍ତାନ ପକ୍ଷରୁ କୌରସି ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ବର।

କନ୍ୟା: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବେ। ଦାଂପତ୍ୟ ଜୀବନରେ ପ୍ରେମ ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଚର୍ଚ୍ଚିକା।

ତୁଳା: ପୁରୁଣା ସମସ୍ୟାକୁ ନେଇ ଆପଙ୍କର ଚିନ୍ତା ବଢ଼ିପାରେ। ନିଜ ଜିଦ୍ ବଜାୟ ରଖିବା ପାଇଁ ବିବାଦ କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରେ ଅ˚ଶ ଗ୍ରହଣ କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଭୈରବୀ।

ବିଛା: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ ଲାଭ ହେବ। ଜୀବନସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିଦେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। ଅଫିସରେ କାମରେ ବାହାରକୁ ଯାଇପାରନ୍ତି। ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା।

କୁମ୍ଭ: ସାମାଜିକ କାର୍ଯ୍ୟରେ ସମୟ ବିତିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। କୌଣସି ବଡ଼ ସଉଦା ହୋଇପାରେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ନୂଆ ଘର ତିଆରି ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମୀନ: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘର ପାଇଁ ବିଳାସ ସାମଗ୍ରୀ କଣିବେ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ମନୋଭାବରେ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More