ରୁପି ଦୂର କରିବାରେ ସହାୟକ ହେବ ଟମାଟୋ ।
ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏହା ତ ସମସ୍ତେ ଜାଣନ୍ତି । ଏହା ସହିତ ଟମାଟୋ ବାହ୍ୟ ସୌନ୍ଦର୍ଯ୍ୟ ବା ତ୍ୱଚାର ଚମକ ପାଇଁ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଟମାଟୋକୁ ଅନ୍ୟ ଏକ ଉପକାରୀ କାମରେ ମଧ୍ୟ ବ୍ୟବହାର କରାଯାଏ । ଯେପରିକି କେଶ ପାଇଁ ଏହା ବେଶ ଲାଭଦାୟକ ।କିଭଳି ଏହାକୁ ବ୍ୟବହାର କରିବେ ଆସନ୍ତୁ ଆଲୋଚନା କରିବା ।
- ପ୍ରଥମେ ଟମାଟୋ ଜୁସ୍ ପ୍ରସ୍ତୁତ କରି ଏହାକୁ ତେଲ ଭଳି କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶରୁ ରୂପି ସମସ୍ୟା ଦୂର କରିବା ସହ କେଶକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ କେଶରେ ରୂପି ସମସ୍ୟା ବଢିଯାଇଥାଏ ତେବେ ଟମାଟୋ ଜୁସ୍ରେ ମହୁ ମିଶାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହକୁ ଲଗାଇ ୩୦ ମିନିଟ୍ ପର୍ୟ୍ୟନ୍ତ ରଖିବା ପରେ ଭଲଭାବେ କେଶକୁ ଧୋଇଦିଅନ୍ତୁ।
- ଟମାଟୋ ଜୁସ୍ କେଶରେ ଲଗାଇବା ଦ୍ବାରା କେଶରେ ଚମକ ଆସିବା ସହ କେଶ ମଜଭୁତ ଓ ସୁନ୍ଦର ହୋଇଥାଏ। -ଟମାଟୋ ଜୁସ୍ ବ୍ୟବହାର କରିବା ଦ୍ବାରା ଶୁଷ୍କ ଏବଂ ପତଳା କେଶ ଘନ ହୋଇଥାଏ। ଏହା ବ୍ୟତୀତ ଯଦି ଆପଣଙ୍କ ମୁଣ୍ଡ କୁଣ୍ଡେଇ ହେଉଥାଏ, ତେବେ ଟମାଟୋ ଜୁସ୍ ସହ ତେଲ ମିଶାଇ ମୁଣ୍ଡରେ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
- ଟମାଟୋରେ ଥିବା ଭିଟାମିନ-ଏ, ସି ଏବଂ ଇ କେଶକୁ ମଜଭୁତ୍ ରଖିଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା କେଶ ଫାଟି ନଥାଏ ଏବଂ କେଶ ମୋଟା ହୋଇଥାଏ।
- ଏହି ଜୁସ୍ ମଧ୍ୟ କେଶର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ।