Only for Entertainment

ଟନସିଲ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

davidwolfe.com
0 85

ଶୀତ ପ୍ରକୋପରେ ସମସ୍ତେ ଥରହର । ସେଥିପାଇଁ ଅନେକ ଲୋକ ଥଣ୍ଡା,ଜ୍ୱର,କାଶ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ଗଳାରେ ଟନସିଲ ସମସ୍ୟା ଅନ୍ୟତମ । ଯେଉଁ ବ୍ୟକ୍ତିଙ୍କର ଟନସିଲ ଅଛି ସେମାନଙ୍କର ଗଳା ଫୁଲିବା ଓ ଦରଜ ହେବା ସ୍ୱଭାବିକ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ଛୋଟ ପିଲାଙ୍କ ମଧ୍ୟରେ ଦେଖାଯାଇଥାଏ । ଯେତେବେଳେ ଟନସିଲ କୀଟାଣୁ ଓ ବ୍ୟାକଟେରିଆ ମାନଙ୍କର ସାମ୍ନା କରିବାକୁ ଅସମର୍ଥ ହୋଇପଡେ ସେତେବେଳେ ଗଳା ଫୁଲିବା ଆରମ୍ଭ କରିଥାଏ । ଖୁଘିଲା କଫ, ଜ୍ୱରରେ କମ୍ପିବା ଏବଂ ପାଟିରୁ ଦୁର୍ଗନ୍ଧ ବାହାରିବା ଇତ୍ୟାଦି ଟନସିଲ ହେବାର ମୂଳ ଲକ୍ଷଣ । ଏଭଳି ପରିସ୍ଥିତିରେ ଯେକୌଣସି ଖାଦ୍ୟ ଗ୍ରହଣ କଲେ ଗଳାରେ ବ୍ୟଥା ହୋଇଥାଏ । ଯଦି ଆପଣମାନେ ଏଭଳି ପରିସ୍ଥିତି ଅନୁଭବ କରୁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଉ ଉପଚାର ।
ଉଷୁମ ପାଣି : ପ୍ରତ୍ୟେକ ଦିନ ୨ କିମ୍ବା ୩ ଥର ନଖ ଉଷୁମ ପାଣିରେ ଗାରଗିଲ କରିବା ଦ୍ୱାରା ଗଳା ଫୁଲିବା ଏବଂ ବ୍ୟଥା ହେବାରୁ ଆରାମ ମିଳିଥାଏ ।
ହଳଦୀ : ହଳଦୀରେ ଅନେକ ଔଷଧୀୟ ଗୁଣ ଅଛି । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍୍ ଲାଭଦାୟକ । ଗରମ ପାଣିରେ ହଳଦୀ ମିଶାଇ ସେହି ପାଣିରେ କୁଳି କରନ୍ତୁ । ଏହିଭଳି ନିୟମିତ କରିବା ଦ୍ୱାରା ଗଳାକୁ ଆରାମ ମିଳିଥାଏ ।
ଗୋଲମରିଚ : ଗୋଲମରିଚରେ ଆଂଟିବ୍ୟାକ୍ଟେରିଆଲ ତଥା ଆଂଟିଅକ୍ସିଡେଂଟ ଗୁଣ ଭରି ରହିଛି । ଏହା ଶରୀରରେ ଔଷଧ ଭଳି କାମ କରିଥାଏ । ଏବଂ ଗଳା ବ୍ୟଥା ସମସ୍ୟାରୁ ମୁ୍କ୍ତି ଦେଇଥାଏ ।
ଅଦା : ଅଦା, ତୁଳସୀ ପତ୍ର ଏବଂ ଗୋଲମରିଚକୁ ପାଣିରେ ଫୁଟାଇ ଏକ କାଢା ପ୍ରସ୍ତୁତ କରନ୍ତୁ । ଏବଂ ସେହି କାଢାକୁ ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More