Only for Entertainment

ଆସିଲା ଟୋନି କକ୍କରଙ୍କ ଡ୍ୟାନ୍ସ ମ୍ୟୁଜିକ୍ ଭିଡିଓ, ଧିମି ଧିମି ଗୀତରେ ଝୁମିଲେ ଟୋନି ଓ ନେହା ଶର୍ମା !

youtube
32

ବଲିଉଡର ଲୋକପ୍ରିୟ ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ଟୋନି କକ୍କର୍ ପୁଣିଥରେ ନିଜ ସିଙ୍ଗି କମାଲ୍ ଦେଖାଇଛନ୍ତି । ତାଙ୍କ ସ୍ୱରରେ ମୁକ୍ତିଲାଭ କରିଛି ଡ୍ୟାନ୍ସ ମ୍ୟୁଜିକ୍ ଭିଡିଓ ଧିମେ ଧିମେ । ଏହି ମ୍ୟୁଜିକ୍ ଭିଡିଓରେ ଟୋନି କକ୍କରଙ୍କ ସହ ଅଭିନେତ୍ରୀ ନେହା ଶର୍ମାଙ୍କୁ ଦେଖିବାକୁ ମିଳିଛି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ଯୁବ ପିଢିର ସ୍ରୋତାଙ୍କୁ ଏଂଟର୍ଟେନ୍ କରିବା ପାଇଁ ମ୍ୟୁଜିକ କମ୍ପୋଜର୍ ତଥା ସିଙ୍ଗର୍ ଟୋନି କକ୍କର୍ ଭେଟି ଦେଇଛନ୍ତି ଏକ ଜବରଦସ୍ତ ଗୀତ । ଏହି ଟ୍ରାକ୍ ରେ ସଙ୍ଗୀତ ସମେତ ଲିରିକ୍ସର ଭାର ତୁଲାଇଛନ୍ତି ଟୋନି । ଆଉ ଗୀତରେ କଣ୍ଠଦାନ କରିଛନ୍ତି ନିଜେ ଟୋନି ।

କେବଳ ସେତିକି ନୁହେଁ ଏହି ଗୀତରେ ତାଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଟୋନିଙ୍କ ବିପକ୍ଷରେ ଏହି ଗୀତରେ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ନେହା ଶର୍ମା । ଗୀତରେ ଦୁହିଁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହି ଡ୍ୟାନ୍ସ ଗୀତରେ କୋରିଓଗ୍ରାଫିର ଦାୟିତ୍ୱ ତୁଲାଇଛନ୍ତି ଭିନି । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରିଲିଜ୍ ହେବାର ମାତ୍ର ୨୪ ଘଂଟା ଭିତରେ ୧୭ ମିଲିଅନରୁ ଉଦ୍ଧ୍ୱର୍ ଦର୍ଶକ ଏହାକୁ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More