Only for Entertainment

ଖାଦ୍ୟକୁ ଅଧିକ ସିଝାଉଛନ୍ତି କି ? ନଷ୍ଟ ହୋଇପାରେ ପୁଷ୍ଟିସାର !

VideoBlocks
29

ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିବା ବହୁତ ଜରୁରୀ । କାରଣ ଆମ ଶରୀର ଠିକ ଭାବେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀର ଆବଶ୍ୟକତା ରହିଥାଏ । ଭିଟାମିନ୍ ପାଇବାକୁ ଆମେ ଖାଦ୍ୟ ଖାଇଥାଉ । ଯାହା ଆମ ଶରୀରର ଅଭିବୃଦ୍ଧି ପାଇଁ ଆବଶ୍ୟକ ପଡ଼ିଥାଏ । ସେଥିପାଇଁ ଅଧିକରୁ ଅଧିକ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାକୁ ଆମେ ଚେଷ୍ଟା କରୁ । କିନ୍ତୁ ବେଳେବେଳେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଯୋଗୁଁ ଖାଦ୍ୟରୁ ଯେତିକି ପରିମାଣର ଭିଟାମିନ୍ ବା ଖାଦ୍ୟସାର ମିଳିବା କଥା ତାହା ମିଳେନାହିଁ । ଯେମିତିକି ଖାଦ୍ୟକୁ ଅଧିକ ସିଝାଇବା ଓ ଏହାକୁ ବାରମ୍ୱାର ଗରମ କରିବା ଦ୍ୱାରା ପୁଷ୍ଟିସାରର ପରିମାଣ ନଷ୍ଟ ହୋଇଥାଏ । ଖାଦ୍ୟ ପ୍ରସ୍ତୁତି ବେଳେ ଏହାର ଭିଟାମିନ୍ କେମିତି ଅତୁଟ ରହିବ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଘରୋଇ ଉପାୟ ।

  • ଭାତ ରାନ୍ଧିବା ପରେ ଆମେ ତୋରାଣୀକୁ ଫିଙ୍ଗି ଦେଉ । କିନ୍ତୁ ଅସଲ ଖାଦ୍ୟସାର ଏଇ ତୋରାଣୀରେ ହିଁ ଥାଏ । ତୋରାଣୀ ଆମେ ଅନ୍ୟକିଛି ଆଇଟମ୍ କରି ଖାଇପାରିବା । ଯେମିତିକି ସୁପ୍ ଭାବେ ପିଇ ପାରିବା । ଏହା ଦ୍ୱାରା ତୋରାଣୀରେ ଥିବା ଭିଟାମିନ୍ ନଷ୍ଟ ହେବନାହିଁ ।
  • ରୋଷେଇ ବେଳେ କମ୍ ତେଲ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଖାଦ୍ୟର ଭିଟାମିନ-ଏ , ଇ ଏବଂ ଡି ନଷ୍ଟ ହୁଏନାହିଁ ।
  • ପରିବା ଓ ଫଳର କିଛି ଆଇଟମ୍ ପାଇଁ ରୋଷେଇ କଲାବେଳେ, ସେଥିରେ ପାଣି କମ୍ ଦିଅନ୍ତୁ । ଏହାଦ୍ୱାରା ସେଥିରେ ଥିବା ଭିଟାମିନ୍-ସି ନଷ୍ଟ ହେବନାହିଁ । ଯେ ହେତୁ ଭିଟାମିନ୍-ସି ପାଣିରେ ଦ୍ରବଣୀୟ, ତେଣୁ ଅଧିକ ପାଣି ଦେଲେ ତାହା ଉତୁରି କିମ୍ୱା ବାମ୍ଫ ହୋଇ ବାହାରି ଯାଇପାରେ ।
  • ଆଜିକାଲି ସମୟ ଓ ଶକ୍ତି ବଂଚେଇବାକୁ ଆମେ ଅଧିକାଂଶ ସମୟରେ ଖାଦ୍ୟକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି । କିନ୍ତୁ ଖାଦ୍ୟକୁ ଅଧିକଥର ମାଇକ୍ରୋୱେଭ ଗରମ କଲେ ଖାଦ୍ୟସାର ନଷ୍ଟ ହୋଇଯାଏ । ତେଣୁ ଚେଷ୍ଟା କରନ୍ତୁ ଖାଦ୍ୟକୁ ଗ୍ୟାସରେ କମ୍ ଆଞ୍ଚରେ ଗରମ କରିବାକୁ ।
  • ରନ୍ଧାଖାଦ୍ୟକୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ । ଏହାଦ୍ୱାରା ଖାଦ୍ୟରେ ଥିବା ଭିଟାମିନ୍ ସରି ଯାଇଥାଏ ଏବଂ ଖାଦ୍ୟର ସ୍ୱାଦ ମଧ୍ୟ ରହେନି ।
  • ବିଟ୍, ଆଳୁ ଓ କନ୍ଦମୁଳ ଆଦି ପରିବାରୁ ଚୋପା ନ ଛଡେ଼ଇଲେ ଭଲ । ଏ ସବୁ ପନିପରିବାର ଚୋପାରେ ହିଁ ଅସଲ ଖାଦ୍ୟସାର ରହିଥାଏ । ଏମିତିକି କିଛି ଘରେ ଚୋପା ତରକାରୀ ମଧ୍ୟ ରନ୍ଧା ଯାଇଥାଏ ।
  • ଛଣା ଖାଦ୍ୟ ଦେହ ପାଇଁ ଭଲ ନୁହେଁ । ବେଳେବେଳେ ବଡ଼ ବଡ଼ ଭୋଜିରେ ଦେଖାଯାଏ ପନି ପରିବାକୁ ଛାଣି ସେଥିରେ ତରକାରୀ ପ୍ରସ୍ତୁତ କରାଯାଏ । କିନ୍ତୁ ଏହା ଭୁଲ୍। ଖାଦ୍ୟକୁ ତେଲରେ ଛାଣିଲେ ଏହାର ଖାଦ୍ୟସାର ସବୁ ପୋଡ଼ିଯାଏ । ତେଣୁ ଖାଦ୍ୟକୁ ସିଝାଇବା ଉପରେ ପ୍ରାଥମିକତା ଦିଅନ୍ତୁ । ସେହିପରି ଖାଦ୍ୟକୁ ଅଧିକ ସମୟ ଫୁଟାନ୍ତୁ ନାହିଁ ।
  • ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବାକୁ ସ୍ୱତନ୍ତ୍ର ବାସନ ବ୍ୟବହାର କରନ୍ତୁ । ସାଧାରଣ ବାସନରେ ଖାଦ୍ୟ ଗରମ କଲେ ଏହାର ଖାଦ୍ୟସାର ନଷ୍ଟ ହୋଇଯାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More