Only for Entertainment

ଦେହରୁ ଅଧିକ ଝାଳ ବାହାରିବା ଫଳରେ ଦୂର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଉପାୟ ।

Body Beautiful Spa
0 138

ଖରା ଦିନ ଆସିଲେ ଝାଳ ସମସ୍ୟା ଦେଖାଯାଇଥାଏ। ବାରମ୍ବାର ଗାଧୋଇଲେ ମଧ୍ୟ ଦେହରୁ ଝାଳ ବାହାରି ଥାଏ । ଝାଳ ଓ ଏହା ଜନିତ ଦୁଗର୍ନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକିଥାନ୍ତି। ଫଳରେ ଲଜ୍ଜିତ ହେବାକୁ ପଡ଼ିଥାଏ। ବିରକ୍ତି ମଧ୍ୟ ଲାଗିଥାଏ। ଯଦି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇବା ଚାହୁଁଛନ୍ତି ତାହାହେଲେ ଗାଧୋଇବାରେ ଶୈଳିରେ କିଛିଟା ପରିବର୍ତ୍ତନ କରନ୍ତୁ।

୧- ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସେଥିପାଇଁ ଗୋଲାପ ଫୁଲ ପାଖୁଡ଼ାକୁ କୁଣ୍ଡରେ ପକାନ୍ତୁ। କିଛି ସମୟ ପରେ ସେହି ପାଣିରେ ଗାଧୋଉନ୍ତୁ। ଆପଣ ଝାଳ ସମସ୍ୟାରୁ ମୁକ୍ତି ପାଇବେ।

୨- ମଲ୍ଲୀ ଫୁଲକୁ ପାଣିରେ ପକାନ୍ତୁ। ଏହି ପାଣିରେ ଗାଧାନ୍ତୁ। ଏହା କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ପାଇବେ ଓ ଦିନସାରା ଆପଣଙ୍କୁ ଫ୍ରେସ୍‌ ଲାଗିବ। ଶାରୀରିକ ଓ ମାନସିକ ଅଶାନ୍ତି ଦୂର ହୋଇଯିବ।

୩- କିଛି ବୁନ୍ଦା ଦେହ ଲଗା ତେଲ ବାଥ ଟବ୍‌ ପକାଇ ଗାଧାନ୍ତୁ।

୪- କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ପରେ ତାକୁ ଥଣ୍ଡା କରି ଗାଧାନ୍ତୁ।

୫- ବାଲ୍‌ଟିଏ ପାଣିରେ ଲୁଣ ଓ ଏକ ଚାମଚ ଡିୟୋ ମିଶାଇ ଗାଧାନ୍ତୁ। ଫଳରେ ଦିନ ତମାମ ଆପଣଙ୍କ ଶରୀର ମହକିବ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More