Only for Entertainment

ଟପ ଗନ ୨’ର ଟ୍ରେଲର ରିଲିଜ, ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିଲେ ଟମ କ୍ରୁଜ !

51

୧୯୮୬ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଟପ ଗନ’ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫେମସ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଅେ. ଯାହାର ସିକ୍ୱେଲ ୩୪ବର୍ଷ ପରେ ପ୍ରସ୍ତୁତ ହେବାକୁ ଯାଉଛି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର ଜବରଦସ୍ତ ଟ୍ରେଲର ସହ ରିଲିଜ ତାରିଖ ସାମ୍ନାକୁ ଆସିଛି । ନିକଟରେ ଏହାର ଟ୍ରେଲର ଆସିଛି , ଯାହାର ଅପେକ୍ଷାରେ ରହିଛନ୍ତି ଟମ କ୍ରୁଜଙ୍କ ପ୍ରଶଂସକ । ଟମ କ୍ରୁଜଙ୍କ ଏହି ଫିଲ୍ମ ୨୦୨୦ ଜୁନ ୨୬ରେ ରିଲିଜ ହେବ । ୨.୧୨ସେକେଣ୍ଡର ଏହି ଭିଡିଓରେ ଟମ କ୍ରୁଜ ଶାନଦାର ନଜର ଆସିଛନ୍ତି । ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ, ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହାର ପ୍ରଥମ ଭାଗ ୩୪ବର୍ଷ ପୂର୍ବେ ୧୯୮୬ରେ ଆସିଥିଲା, ଯାହାର ନାଁ ଥିଲା ଟପ ଗନ । ଦେଖନ୍ତୁ ଟ୍ରେଲର-

ଏହାସହ ଏଠାରେ ଆମେ କହି ରଖୁଛୁ ଯେ ଏବେ ଫିଲ୍ମର ନାଁ ବଦଳାଇ ରଖାଯାଇଛି ‘ଟପ ଗନ୨: ମାବରିକ’ ଦିଆଯାଇଛି । ଅସଲରେ ମାବରିକ ଫିଲ୍ମରେ ଟମ କ୍ରୁଜଙ୍କ ନା ଥିଲା । ପ୍ରଥମେ ଏହି ଫିଲ୍ମ ୧୨ଜୁଲାଇ ୨୦୧୯ରେ ରିଲିଜ ହୋଇଥାଆନ୍ତା ମାତ୍ର ଫିଲ୍ମ ସୁଟିଂ ସମୟରେ ପୂରା ହୋଇ ନ ପାରିବାରୁ ଏହାର ତାରିଖ ଘୁଂଚାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More