Only for Entertainment

ଏଡଲ୍ଟ କମେଡ଼ି କରିବାକୁ ଚାହାଁନ୍ତି ନାହିଁ ଅରଶଦ ବାର୍ସୀ ।

28

ଅଭିନେତା ଅରଶଦ ବାର୍ସୀ ବଲିଉଡର ଜଣେ ପ୍ରସିଦ୍ଧ କମେଡିଆନ । ତାଙ୍କ କହିବା ଅନୁସାରେ ସେ କେବେ ମଧ୍ୟ ଏଡଲ୍ଟ କମେଡ଼ି କରିବାକୁ ଚାହାଁନ୍ତି ନାହିଁ । ତେବେ ଏହାର କାରଣ ଏହା ନୁହେଁଯେ ସେ ଏଭଳି କମେଡ଼ି କରିବାକୁ ଅସହଜ ମନେ କରନ୍ତି । ବରଂ ଏହାର କାରଣ ହେଉଛି ସେ ଏଭଳି ଦୃଶ୍ୟ ତାଙ୍କ ପିଲାଙ୍କ ସାମ୍ନାରେ କରିବାକୁ ଚାହାଁନ୍ତି ନାହିଁ । ସେ ଚାହାଁନ୍ତିନି ତାଙ୍କ ପିଲା ତାହା ଦେଖନ୍ତୁ । ଅରଶଦ ବାର୍ସୀ ଟୋଟାଲ ଧମାଲର ସିରିଜ, ମୁନ୍ନା ଭାଇ ଏମବିବିଏସ ଭଳି କେତେକ ହିଟ ଫିଲ୍ମରେ ନଜର ଆସିଛନ୍ତି ।

ଏହା ସହିତ ଅରଶଦ କହିଛନ୍ତିଯେ ସେ ଏଭଳି ଦୃଶ୍ୟ କରିବାକୁ ଚାହାଁନ୍ତି ନାହିଁ । କାରଣ ନିଜ ପିଲାଙ୍କ ପାଇଁ ଅସହଜ ମନେ କରନ୍ତି । ଏବେ କିମ୍ବା ଭବିଷ୍ୟତରେ ସେ ଏଭଳି ଦୃଶ୍ୟ କରିବାକୁ ଚାହାଁନ୍ତି ନାହିଁ । ତେବେ ସେ କହିଛନ୍ତିଯେ ଅନ୍ୟ ମାନେ ଏଭଳି ଦୃଶ୍ୟ କରିବାରେ ତାଙ୍କୁ କୌଣସି ସମସ୍ୟା ହୁଏ ନାହିଁ । ଏହା ସହିତ ସେ ଏହାକୁ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହାଁନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More