Only for Entertainment

ଟୋଟାଲ ଧମାଲ କମେଡି ଫିଲ୍ମରେ ନଜର ଆସିବେ ଈଶା ଗୁପ୍ତା, ଲଗାଇବେ ଗ୍ଲାମର ତଡକା !

jansatta
0 40

ଫିଲ୍ମ ନିର୍ମାତା ଇନ୍ଦ୍ର କୁମାରଙ୍କ ଫିଲ୍ମ ଟୋଟଲ ଧମାଲରେ ମାଧୁରୀ ଦିକ୍ଷିତ, ଅଜୟ ଦେବଗନ, ଅନୀଲ କପୁରଙ୍କ ସହ ଏକାସାଙ୍ଗେ ଧମାଲ କରୁଥିବାର ନଜର ଆସିବେ । ସେହିଭଳି ଏହି ଫିଲ୍ମରେ ଜାବେଦ ଜାଫରୀ, ଅରଶଦ ବାରସୀ ଏବଂ ରିତେଶ ଦେଶମୁଖ ମଧ୍ୟ ନଜର ଆସିବେ । ଏହାବ୍ୟତୀତ ଏହି ଫିଲ୍ମରେ ଗ୍ଲାମରର ତଡକା ଲଗାଇବେ ଈଶା ଗୁପ୍ତା । ଆଜ୍ଞା ହଁ, ରିପୋର୍ଟ ମୁତାବିକ ଈଶା ଗୁପ୍ତା ଏହି ମଲ୍ଟି ଷ୍ଟାରର କମେଡି ଫିଲ୍ମରେ ଭାଗ ନେବେ । ମାତ୍ର ଏଯାଏଁ ଈଶାଙ୍କ କାଷ୍ଟିଂ ଏହି ଫିଲ୍ମରେ କନଫର୍ମ ହୋଇ ନାହିଁ । ଖବର ମୁତାବିକ ଈଶା ଏହି ଫିଲ୍ମର ୩ଡି ପାର୍ଟରେ ରହିବେ ।

ଏହାବ୍ୟତୀତ ଏହି ଫିଲ୍ମକୁ ନେଇ ଏକ୍ସାଇଟମେଂଟ ରହିଛି କାରଣ ୧୭ବର୍ଷ ପରେ ମାଧୁରୀଙ୍କୁ ଅନୀଲ କପୁରଙ୍କ ସହ ଦେଖିବାକୁ ମିଳିବ । ଶେଷଥର ଏହି ଦୁଇ କଳାକାର ୯୦ଦଶକର ଫିଲ୍ମ ବେଟା’ରେ ନଜର ଆସିଥିଲେ । ଈଶା ଏହି ଫିଲ୍ମ ବ୍ୟତୀତ ଅପକମିଂ ଫିଲ୍ମ ‘ପଲଟନ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଭାରତ ଏବଂ ଚାଇନା ଲଢେଇ ଉପରେ ଆଧାରିତ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More