Only for Entertainment

ଅଜୟ ଦେବଗନଙ୍କ ଫିଲ୍ମରେ ବଲିଉଡ ଡେବ୍ୟୁ କରିବେ ହଲିଉଡ ସେନସେସନ, ଫାଷ୍ଟ ଲୁକ ରିଲିଜ ।

amar ujala
37

ଅଜୟ ଦେଗବନଙ୍କ ଫିଲ୍ମ ‘ରେଡ’ ପରେ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ ଅପେକ୍ଷାରେ । ଅଜୟ ଦେବଗନ ଲମ୍ବା ସମୟରୁ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ପ୍ରଥମ ଲୁକ ରିଲିଜ କରାଯାଇଛି । ଫିଲ୍ମର ଏହି ପୋଷ୍ଟରରେ ଅଜୟ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

ଫିଲ୍ମର ଏହି ପୋଷ୍ଟରରେ ଅଜୟ ଦେବଗନଙ୍କ ସହିତ ହଲିଉଡ ସେନସେସନ ନାମରେ ପ୍ରସିଦ୍ଧ ଆନିମଲ କ୍ରିଷ୍ଟାଲ ନଜର ଆସିଛି । ପୋଷ୍ଟରରେ ଅଜୟ ଦେଗବନଙ୍କ କାନ୍ଧରେ କ୍ରିଷ୍ଟଲ ବସିଥିବାର ନଜର ଆସିଛି । ଅଜୟ ଦେବଗନ ଏହି ଫଟୋ କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

Say Hi to Hollywood’s head turner Crystal, debuting soon in Bollywood in #TotalDhamaal. Trailer out soon!

A post shared by Ajay Devgn (@ajaydevgn) on

ଫିଲ୍ମର ପ୍ରଥମ ପୋଷ୍ଟର ସହିତ ଅଜୟ ଫିଲ୍ମର ଟ୍ରେଲର ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଏହା ସହିତ ସେ କ୍ୟପସନରେ ଲେଖିଛନ୍ତି କ୍ରିଷ୍ଟଲର ବଲିଉଡ ଡେବ୍ୟୁ । ଅଜୟ ଦେବଗନଙ୍କ ସହିକ କ୍ରିଷ୍ଟଲର ଫଟୋ ଖୁବ ଭାଇ ରାଲ ହେବାରେ ଲାଗିଛି । କହିରଖୁଛୁ ଯେ, କ୍ରିଷ୍ଟଲ ଏକ ମାଙ୍କଡ ସେ ହଲିଉଡ ଫିଲ୍ମ ହ୍ୟାଙ୍ଗଓଭର୨, ଜଜ ଅଫ ଦ ଜଙ୍ଗଲ ଏବଂ ନାଇଟ ଆଟ ଦ ମ୍ୟୁଜିଅମରେ ନଜର ଆସିସାରିଛି ।

ଟୋଟାଲ ଧମାଲ ୨୨ ଫେବୃଆରୀ ୨୦୧୯ରେ ରିଲିଜ ହେବ । ଫିଲ୍ମରକୁ ଏପର୍ଯ୍ୟନ୍ତ ସୋଲୋ ରିଲିଜ ମିଳିଛି । ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତିତ ଅନିଲ କପୁର, ମାଧୁରୀ ଦୀକ୍ଷିତ, ରିତେଶ ଦେଶମୁଖ, ଅରଶଦ ବାରସୀ, ଜାବେଦ ଜାଫରୀ ଏବଂ ସଂଜୟ ମିଶ୍ରାଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More