Only for Entertainment

ଟୋଟାଲ ଧମାଲର ଗୀତ ରିଲିଜ, ‘ପୈସା ୟେ ପୈସା’ରେ ନଜର ଆସିଲା ମାଧୁରୀଙ୍କ ଷ୍ଟନିଙ୍ଗ ଲୁକ ।

bollywood tadka
37

ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ଟୋଟାଲ ଧମାଲର ପ୍ରଥମ ଗୀତ ‘ପୈସା ୟେ ପୈସା’ ରିଲିଜ ହୋଇସାରିଛି । ଗୀତରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି । ଗୀତ ରିଲିଜ ହେବାମାତ୍ରେ ଇଂଟରନେଟରେ ଖେଳିଯାଇଛି ।

କିଛଇ ସମୟ ମଧ୍ୟରେ ଏହି ଗୀତକୁ ଲକ୍ଷାଧିକ ଭ୍ୟୁଜ ମିଳିସାରିଛି । ଟୋଟାଲ ଧମାଲର ଏହି ଗୀତ ଋଷି କପୁରଙ୍କ ଫିଲ୍ମ କର୍ଜର ଗୀତର ରିମେକ । ଗୀତରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଟଙ୍କା ଲୁଟୁଥିବାର ନଜର ଆସିଛନ୍ତି । ଗୀତରେ କମେଡ଼ିର ତଡ଼କା ଭରପୂର ମାତ୍ରାରେ ରହିଛି ।

 

ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ଅନିଲ କପୁର, ମାଧୁରୀ ଦିକ୍ଷୀତ,ରିତେଶ ଦେଶମୁଖ ଏବଂ ଅରଶଦ ବାର୍ସୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାକୁ ଇନ୍ଦ୍ର କୁମାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ଟୋଟାଲ ଧମାଲ ଫ୍ରାଂଚାଇଜର ତୃତୀୟ ଫିଲ୍ମ । ୨୨ ଫେବୃୟାରୀକୁ ଫିଲ୍ମ ସିନେମାଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More