Only for Entertainment

ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ଦ୍ୱିତୀୟ ଗୀତ ‘ମୁଙ୍ଗଡା’ ରିଲିଜ, ହେଲେନଙ୍କ ସୁପରହିଟ ଗୀତରେ ସୋନାକ୍ଷୀ ଲଗାଇଲେ ଠୁମକା

insta pic of sonakshi sinha
47

ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ଦ୍ୱିତୀୟ ଗୀତ ‘ମୁଙ୍ଗଡା’ ରିଲିଜ ହୋଇସାରିଛି । ଏହି ଗୀତରେ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଲଟକା ଝଟକା ଦେଖିବାକୁ ମିଳିଛି । ଗୀତରେ ସୋନାକ୍ଷୀଙ୍କ ବ୍ୟତିତ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଗୀତ ‘ମୁଙ୍ଗଡା’ ହେଲେନଙ୍କ ଫିଲ୍ମରୁ ନିଆଯାଇଛି । ସେ ସମୟରେ ହେଲେନଙ୍କ ଗୀତ ମୁଙ୍ଗଡା ଜବରଦସ୍ତ ହିଟ ହୋଇଥିଲା । ଏବେ ଏହାର ରିକ୍ରିଏଟ ଭର୍ସନ ମଧ୍ୟ ଖୁବ ଜବରଦସ୍ତ ହୋଇଛି ।

‘ମୁଙ୍ଗଡା’ର ଏହି ରିକ୍ରିଏଟ ଭର୍ସନରେ ଭଏସ ଦେଇଛନ୍ତି ଜ୍ୟୋତିକା ଟାଙ୍ଗରୀ, ସାନ ଏବଂ ସୁଭ୍ରୋ ଗାଙ୍ଗୁଲୀ । କୁନୱାର ଯୁନେଲା ଏହାୀର ଲିରିକ୍ସ ଲେଖିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ଆଦିଲ ଶୈଖ । ରିଲିଜ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଗୀତକୁ ୭୨ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ପୈସା ପୈସା ରିଲିଜ ହୋଇଥିଲା । ଏହି ଗୀତରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ନଜର ଆସିଥିଲେ । ଫିଲ୍ମ ୨୨ ଫେବୃଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More