Only for Entertainment

ଦୁନିଆର ପ୍ରଥମ ଭାସମାନ ୱାକୱେ , ଆପଣ ମଧ୍ୟ ଅନୁଭବ କରନ୍ତୁ ସ୍ୱର୍ଗୀୟ ସୁଖ ।

panjabkeshri
0 61

ଯଦି ଆପଣ ମଧ୍ୟ ବୁଲିବାକୁ ଯିବା ପାଇଁ ଚାହୁଛନ୍ତି ତେବେ ଇଟାଲୀର ପ୍ଲାନ ବନାନ୍ତୁ । ଆପଣଙ୍କୁ ଏଠାରେ ଥିବା ଭାସମାନ ରାସ୍ତା ବିଷୟରେ ଜଣା ପଡିବ । ଇଟାଲୀରେ ଥିବା ଏହି ଭାସମାନ ରାସ୍ତା ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କେନ୍ଦ୍ର ହୋଇସାରିଲାଣି । ନଦୀ ଉପରେ ଥିବା ଏହି ଭାସମାନ ରାସ୍ତା ଦେଖିବା ଲାଗି ବହୁ ଦୂରଦୂରାନ୍ତରୁ ଲୋକ ଆସୁଛନ୍ତି ।

ଯଦି ଆପଣ ଇଟାଲୀ ଯାଉଛନ୍ତି ଏହି ୱାକ ୱେ ଦେଖିବାକୁ ଯେପରି ନ ଭୂଲନ୍ତି । ଏହା ଆପଣଙ୍କ ଭ୍ରମଣକୁ ଆହୁରୀ ମଧ୍ୟ ରୋମାଂଚଭରା ଏବଂ ମଜାଦାର ବନାଇ ଦେବ ।
ଇଟାଲୀରେ ଥିବା ମଂଟେ ଇସିଓ ନଦୀ ଉପରେ ନିର୍ମିତ ହୋଇଛି ଏହି ରାସ୍ତା ୮୨୦ଫୁଟ ଲମ୍ବା ଏବଂ ୧୦୦,୦୦୦ବର୍ଗ ମିଟର ପର୍ଯ୍ୟନ୍ତ ଏହା ବ୍ୟାପିଛି । ଏହି ୱାକୱେ କେବଳ ଛୁଟିଦିନରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥାଏ । ଏକ ସମୟରେ ଏହି ୱାକୱେ ଉପରେ ୨୭୦,୦୦୦ଲୋକ ଭ୍ରମଣ କରିପାରିବେ । ଏହାକୁ ବିଶେଷ ରୂପେ ନିର୍ମିତ କରାଯାଇଛି ।
ଏହାକୁ କ୍ରିଶ୍ଟୋ ଏବଂ ଜିନ କ୍ଳାଉଡ କପଡାରେ ପ୍ରସ୍ତୁତ କରାଯାଇଛି । ବିଶେଷ ରୂପେ ଡିଜାଇନ କରାଯାଇଥିବା ଏହି ପଲିଥିନ କ୍ୟୁବ ଜରିଆରେ ଏହି ୱାକୱେ ପାଣିରେ ଭାସୁଛି । ଏହାର ଅନେକ ଯାଂଚ ପରେ ହିଁ ଲୋକମାନଙ୍କୁ ଏହା ଉପରେ ଆସିବା ପାଇଁ ସୁଯୋଗ ଦିଆ ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More