Only for Entertainment

ପୃଥିବୀର ଏଭଳି ଏକ ସ୍ଥାନ, ଯେଉଁଠାରେ ସେଲ୍ଫି ନେଲେ ମିଳେ ମୃତ୍ୟୁ ଦଣ୍ଡ ।

punjabkesari
46

ଥାଇଲ୍ୟାଣ୍ଡର ଏକ ବିଚରେ ସେଲ୍ଫି ନେବାର ଅର୍ଥ ହେଉଛି କାଳକୁ ଡାକି ଆଣିବା ।ଏଠାର ଚର୍ଚ୍ଚିତ ଫୁକେଟ ଆଇଲ୍ୟାଣ୍ଡରେ ସେଲ୍ଫି ନେବା ସଂପୂର୍ଣ୍ଣ ନିଷେଧ । ଏହାକୁ ଅବମାନନା କଲେ ମିଳେ ମୃତ୍ୟୁ ଦଣ୍ଡ । ଥାଇଲ୍ୟାଣ୍ଡର ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ନିକଟରେ ଫ୍ଲାଇଟ ଉଡ଼ୁଥିବା କାରଣରୁ ସେଠାରେ ସେଲ୍ଫି ନେବାକୁ ମନା କରାଯାଇଛି । ତାଙ୍କୁ ଲାଗେଯେ ସେଲ୍ଫି ନେବା ଦ୍ୱାରା ଉଡ଼ୁଥିବା ପାଏଲଟ ଅନ୍ୟମନସ୍କ ହୋଇଯାଇପାରେ ଏବଂ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ ।

ଅଧିକାରୀଙ୍କ କହିବା ଅନୁସାରେ ନିୟମ ଭାଙ୍ଗୁଥିବା ଟୁରିଷ୍ଟଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇପାରେ ।

ଏଠାର ଏୟାରପୋର୍ଟ ଖୁବ ଚଳଚଂଚଳ । ଏଠାରେ ଅଧିକାଂଶ ସମୟରେ ଲୋକଙ୍କୁ ସେଲ୍ଫି ନେଉଥିବାର ଦେଖିବାକୁ ମିଳେ । କାରଣ ମନା କରିବା ପରେ ମଧ୍ୟ ଫଟୋ ଉଠାଇବାକୁ ଲୋକମାନେ ଏଠାକୁ ଚାଲି ଆସୁଛନ୍ତି । ତେଣୁ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେପରି ନଜର ରଖାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More