Only for Entertainment

‘ମୋଦି-ମୋଦି’ କହି ଟ୍ରେନରେ ଖେଳନା ବିକୁଥିବା ସେଲ୍ସମ୍ୟାନ ଗିରଫ !

41

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ସେଲ୍ସମ୍ୟାନ ଭିଡିଓ ଭାଇରାଲ ହୋଇଥିଲା , ଯିଏ ମୋଦି ମୋଦି କହି ଟ୍ରେନରେ ଖେଳନା ବିକ୍ରି କରୁଥିଲା । ବ୍ୟକ୍ତି ଜଣକ କେଜରୀୱାଲଙ୍କ ଠାରୁ ନେଇ ସୋନିଆ ଗାନ୍ଧୀ ତଥା ବାରକ ଓବାମା ଏବଂ ମୂଲାୟମ ସିଂ ୟାଦବଙ୍କ ନାଁ ନେଇ ପରିହାସ କରିଥିଲେ । ଏବେ ଆରପିଏଫ ଗୁଜୁରାଟର ସୁରଟରେ ଟ୍ରେନରେ ଖେଳନା ବିକ୍ରି କରୁଥିବା ବ୍ୟକ୍ତିକୁ ଗିରଫ କରିଛନ୍ତି । ବ୍ୟକ୍ତି ନାଁ ହେଉଛି ଅବିନାଶ ଦୁବେ , ସେ ବାରଣାସୀର ବାସିନ୍ଦା ।

ରିପୋର୍ଟ ମୂତାବକ, ଆରପିଏଫ ଅବିନାଶ ଟ୍ରେନରେ ବେଆଇନ ଢଙ୍ଗରେ ପଶିବା , ରେଳ ଯାତ୍ରା ସମୟରେ ପାଟିତୁଣ୍ଡ ଏବଂ ଅଭଦ୍ର ଭାଷା ପ୍ରୟୋଗ କରିବା ସହ ଅନ୍ୟ ଅପରାଧକୁ ନେଇ ମାମଲା ରୁଜୁ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ଗିରଫ ହେବା ପରେ ଅବିନାଶ ଶୁକ୍ରବାର ଦିନ ରେଲୱେ କୋର୍ଟରେ ଉପସ୍ଥିତ କରାଯାଇଥିଲା । କୋର୍ଟ ତାଙ୍କୁ ୧୦ଦିନ ଆଇନଗତ ଭାବେ ତଦନ୍ତ ପାଇଁ ପଠାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More