Only for Entertainment

ପ୍ରସ୍ତୁତ କରନ୍ତୁ ପାରମ୍ପରିକ ବଙ୍ଗାଳୀ ମିଠା ଷ୍ଟିମ ସନ୍ଦେଶ ।

Food Lovers
56

ପ୍ରଥମେ ଏକ କଡ଼ାଇରେ କ୍ଷୀର ଗରମ କରି ସେଥିରେ ଲେମ୍ବୁ ରସ ପକାନ୍ତୁ । କ୍ଷୀର ଛିଡି ଯିବାପରେ ତାହାକୁ ପାଣିରୁ ପୃଥକ କରି ଏକ କପଡ଼ାରେ ବାନ୍ଧି ରଖନ୍ତୁ ଏବଂ ସେହି ଛେନା ଥିବା କପଡ଼ାକୁ ଭଲ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଖଟା ଅଂଶ ଦୂର ହୋଇଯିବ । ଏବେ ଛେନାକୁ ହାତରେ ସାମାନ୍ୟ ଚାପରେ ମିଶାନ୍ତୁ ଏବଂ ୨୦ରୁ ୨୫ ମିନିଟ ପାଇଁ ରଖି ଦିଅନ୍ତୁ । ଏହାପରେ ପୁଣିଥରେ ଭଲ ଭାବରେ ମିଶାଇ ଏହାକୁ ଏକ ପାତ୍ରକୁ ସ୍ଥାନାନ୍ତର କରନ୍ତୁ ଓ ସେଥିରେ ଚିନି ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏହାପରେ ଏକ ଡିସକୁ ଏହି ଛେନା ସ୍ଥାନାନ୍ତର କରନ୍ତୁ ଏବଂ ସମାନ ଭାବରେ ଖେଳାଇ ଦିଅନ୍ତୁ । ଏହାକୁ କୌଣସି ଷ୍ଟିମରରେ ୧୦ରୁ ୧୨ ମିନିଟ ଷ୍ଟିମ ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଛେନା ସନ୍ଦେଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More