Only for Entertainment

ଦମଦାର ଆକ୍ସନ ସହ ରିଲିଜ ହେଲା ବହୁ ପ୍ରତିକ୍ଷୀତ ‘ମଣିକର୍ଣ୍ଣିକା’:ଦ କ୍ୱିନ ଅଫ ଝାନ୍ସୀର ଟ୍ରେଲର ।

youtube
34

ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ମଣିକର୍ଣ୍ଣିକା,ଦ କ୍ୱିନ ଅଫ ଝାନ୍ସୀ । ଯାହାର ଟ୍ରେଲର ଆଜି ରିଲିଜ ହୋଇଛି । ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ବଲିଉଡ କୁଇନ କଙ୍ଗନା ରଣାୱତ । ଟ୍ରେଲର ଦେଖି କଙ୍ଗନାଙ୍କ ଦମଦାର ଅଭିନୟକୁ ଆପଣ ପ୍ରଶଂସା ନକରି ରହିପାରିବେ ନାହିଁ । ଆକ୍ସନ ସହିତ ମ୍ୟୁଜିକର ଶବ୍ଦରେ ଆପଣଙ୍କ ଛାତି ଥରି ଉଠିବ । ଲୋମ ଟାଙ୍କୁରିବା ଭଳି ଦୃଶ୍ୟ ସ୍ଥାନ ପାଇଛି ଏହି ଫିଲ୍ମରେ । ରାଣୀ ଲକ୍ଷ୍ମୀବାଇ କିଭଳି ନିଜ ଦେଶ ପାଇଁ ଜୀବନକୁ ଉସ୍ୱର୍ଗୀକୃତ କରିଛନ୍ତି ତାହା ଏଥିରେ ଦର୍ଶାଯାଇଛି । ଦମଦାର ଡାଏଲଗ ସହିତ ଆକ୍ସନ ଏବଂ ଦୃଶ୍ୟ ଆପଣଙ୍କ ହୃଦୟରେ ଦେଶ ପ୍ରେମର ବହ୍ନି ଜଳାଇବା ପାଇଁ କିଛି କମ ନୁହେଁ ।

ସବୁଠାରୁ ଖାସ କଥା ହେଉଛି ଏହାର ଲେଖକ ଏବଂ ବାହୁବଳୀର ଲେଖକ ଜଣେ ବ୍ୟକ୍ତି । ଫିଲ୍ମ ୨୫ ଜାନୁୟାରୀ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More