Only for Entertainment

ଏ ହେଉଛନ୍ତି ଏଭଳି କିନ୍ନର ଯେଉଁମାନେ ଗୋଟେ ଦିନର ବିବାହ ପରେ ପରଦିନ ଉଜାଡି ଦିଅନ୍ତି ନିଜ ସଂସାର, ଜାଣନ୍ତୁ !

istock
0 84

କିନ୍ନର ସମାଜ ଏକ ଏଭଳି ସମାଜ ଯାହା ବିଷୟରେ ଲୋକମାନେ କଥା ହେବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ । ତାଙ୍କ ସମ୍ପର୍କରେ ଅନେକ କଥା ରହିଛି ଯାହା ସମସ୍ତଙ୍କୁ ଜଣା ନଥିବ । ତାମିଲନାଡୁର କୁବଗମ ଗାଁ କିନ୍ନରମାନଙ୍କ ତୀର୍ଥସ୍ଥଳ ରୂପେ ସମସ୍ତେ ଜାଣନ୍ତି । ପ୍ରତିବର୍ଷ ଏଠାରେ କୁବଗମ ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ମେ ୨ତାରିଖରେ ଶେଷ ହୋଇଛି । ଏହି ଉତ୍ସବରେ ସାରାଦେଶର କିନ୍ନରମାନେ ଆସିଥାଆନ୍ତି । ଏହି ଉତ୍ସବ ୧୮ଦିନ ଧରି ପାଳନ କରାଯାଇଥାଏ । ଏହି ଉତ୍ସବରେ କିନ୍ନରମାନେ ରାତିରେ ଅର୍ଜୁନଙ୍କ ପୁତ୍ର ଅରାବନଙ୍କ ପୂଜା କରିବା ଲାଗି ମନ୍ଦିର ଯାଇଥାଆନ୍ତି ।

Capturecfdfd

୧୮ଦିନ ଧରି ଚାଲିଥିବା ଏହି ଉତ୍ସବରେ ମିସ କୁବଗମ ବ୍ୟୁଟି ପ୍ରତିଯୋଗିତା ହୋଇଥାଏ । ଏହିଦିନରେ ମହାଭାରତର ଏକ ଅଧ୍ୟାୟ ଆଲୋଚନା କରାଯାଇଥାଏ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମୋହିନୀ ରୂପ ଧାରଣ କରି ଅର୍ଜୁନଙ୍କ ପୁତ୍ର ଅରାବନଙ୍କୁ ବିବାହ କରିଥିଲେ । ଉତ୍ସବର ଶେଷ ଦିନରେ ସମସ୍ତ କିନ୍ନର ଅରାବନଙ୍କ ସହ ଗୋଟିଏ ରାତି ପାଇଁ ବିବାହ କରିଥାଆନ୍ତି । ପରଦିନ ଅରାବନଙ୍କ ମୂର୍ତ୍ତିକୁ ଚର୍ତୁଦିଗ ବୁଲା ଯାଇଥାଏ ଏବଂ ଏହାପରେ ସେହି ମୂର୍ତ୍ତିକୁ ନଷ୍ଟ କରିଦିଆଯାଏ ।

ବିବାହ ଦିନ ସମସ୍ତ କିନ୍ନର ଅରାବନଙ୍କ ନାଁରେ ମଙ୍ଗଳସୂତ୍ର ଧାରଣ କରନ୍ତି ଏବଂ ବୋହୂ ଭଳି ସାଜସଜ୍ଜା ମଧ୍ୟ ହୋଇଥାଆନ୍ତି । ଏହି ଦିନରେ ନାଚ ଗୀତ ହୋଇଥାଏ । ଏହାର ଠିଗ ପରଦିନ ସେମାନଙ୍କୁ ବିଧବା କରିଦିଆଯାଏ ଏବଂ ମଙ୍ଗଳସୂତ୍ରକୁ କାଟି ଦିଆଯାଏ । ଚୁଡିକୁ ନଡିଆଦ୍ୱାରା ଭାଙ୍ଗି ଦିଆଯାଏ ।

ମିସ କୁବଗମ ପ୍ରତିଯୋଗିତା ସମ୍ପୂର୍ଣ୍ଣ ରୂପେ ମିସ ଇଣ୍ଡିଆ ପ୍ରତିଯୋଗିତା ଭଳି ହୋଇଥାଏ । ଏହି ପ୍ରତିଯୋଗିତାରେ ଯେଉଁ କିନ୍ନର ଜିତିବ ତାଙ୍କୁ ଖୁବ ସମ୍ମାନ ଦିଆଯାଇଥାଏ । ଏହି ଉତ୍ସବକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକ ଆସିଥାଆନ୍ତି । କୌଣସି ପ୍ରକାର ବିବାଦ ସୃଷ୍ଟି ନହେବା ପାଇଁ ପୁଲିସଙ୍କ କଡା ସୁରକ୍ଷା ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More