ଫୁଲ ଘାଟିରେ ଫଟୋଗ୍ରାଫିର ମଜା ନେବାକୁ ଚାହାନ୍ତି? ତେବେ ଆସନ୍ତୁ ଯିବା ଉତ୍ତରାଖଣ୍ଡର ଚମୋଲି ।
ଯଦି ଆପଣ ପ୍ରକୃତିକୁ ଉପଭୋଗ କରିବାକୁ ଚାହୁଁଛନ୍ତି କିମ୍ବା ପ୍ରକୃତି ମଧ୍ୟରେ ଆପଣଙ୍କୁ ଫଟୋଗ୍ରାଫି କରିବାକୁ ପସନ୍ଦ ତେବେ ଆମେ ଆପଣଙ୍କୁ କିଛି ଏଭଳି ସ୍ଥାନ ସମ୍ପର୍କରେ ବତାଇବା ପାଇଁ ଯାଉଛୁ ଯେଉଁଠାରେ ଆପଣ ସୁନ୍ଦର ଫଟୋଗ୍ରାଫିର ମଜା ନେଇ ପାରିବେ ଏବଂ ଏଠାରେ ଫଟୋଗ୍ରାଫି କରିବାର ମଜା ହିଁ କିଛି ନିଆରା । ଉତ୍ତରାଖଣ୍ଡରେ ଆଜି ଆମେ ଆପଣଙ୍କୁ ବୁଲାଇବୁ ‘ଚମୋଲି’ । ଚମୋଲି ପ୍ରସିଦ୍ଧ ତୀର୍ଥସ୍ଥଳୀ ବଦ୍ରିନାଥ ଧାମ ପାଖରେ ଥିବା ଗନ୍ଧମାର୍ଦନ ପର୍ବତ ଉପରେ ସ୍ଥିତ ଫୁଲର ଘାଟି କିମ୍ବା ଭ୍ୟାଲି ଅଫ ଫ୍ଲାୱର୍ସ ରୂପେ ପରିଚିତ । ଆସନ୍ତୁ ଜାଣିବା ଏଠାରେ କ’ଣ ଖାସ ରହିଛି ।
ସାଙ୍ଖରୀ ଜୋହର
ପୁରୌଲାର ଆଗରେ ସାଙ୍ଖରୀ ଜୋହର ଯିବା ଲାଗି ବସ ଏବଂ ଟ୍ୟାକ୍ସି ଆସେ । ଏହାପରେ ହାରାହାରି ୩୪କିମି ଦୂରତାକୁ ଯିବାକୁ ପଡିଥାଏ କି ଟ୍ରାକିଂ ଅର୍ଥାତ ପଦଯାତ୍ରା । ଏଠାରେ ବାସ କରୁଥିବା ବାସିନ୍ଦା ଏବେ ମଧ୍ୟ ଆଧୁନିକ ଜୀବନଶୈଳୀରୁ ବଂଚିତ ଅଛନ୍ତି । ସାଙ୍ଖରୀରେ ଆପଣଙ୍କୁ ଗାଇଡ ମିଳିଯିବେ ଏବଂ ରାତି ବିଶ୍ରାମ ପରେ ଆପଣ ଆପଣଙ୍କ ଯାତ୍ରା ଆରମ୍ଭ କରିପାରିବେ ।
ଗୋପେଶ୍ୱର:
ଏହି ସହର କିମ୍ବା ଏହାର ଆଖପାଖରେ ଅନେକ ମନ୍ଦିର ରହିଛି । ଏଠାକାର ପ୍ରମୁଖ ଆକର୍ଷଣ ହେଉଛି ବହୁ ପୂରାତନ ମନ୍ଦିର ତଥା ଶିବ ମନ୍ଦିର ଏବଂ ବୈତାମୀ କୁଣ୍ଡ ଅଟେ ।
ଫୁଲଘାଟି:
ପ୍ରକୃତିକୁ ଭଲ ପାଉଥିବା ପ୍ରେମୀ ମାନଙ୍କ ପାଇଁ ଏହି ସ୍ଥାନ ସ୍ୱର୍ଗ ସମାନ ଅଟେ । ଏହି ଘାଟିରେ ସବୁଠାରୁ ଅଧିକ ଜଙ୍ଗଲୀ ଫୁଲ ଦେଖିବାକୁ ମିଳିଥାଏ । ପୁରାଣ ଅନୁସାରେ ହନୁମାନ ଲକ୍ଷ୍ମଣଙ୍କ ପ୍ରାଣ ରକ୍ଷା କରିବା ଲାଗି ଏହି ସ୍ଥାନକୁ ଜଡିବୁଟି ପାଇଁ ଆସିଥିଲେ । ଏହି ଘାଟିରେ ୫୨୧ପ୍ରକାର ଉଦ୍ଭିଦ ରହିଛି । ଏହାବ୍ୟତୀତ ଏହିସ୍ଥାନରେ ଅନେକ ଜନ୍ତୁ ମଧ୍ୟ ଦେଖିବାକୁ ମିଳିବେ ଯେପରିକି କଳାଭାଲୁ, ହରିଣ, ମାଟିଆ ଭାଲୁ, ଚିତା ଏବଂ ହେଟା ଦେଖିବାକୁ ମିଳିବେ ।
ଯିବେ କିପରି?
ସବୁଠାରୁ ପାଖ ସ୍ଥାନ ହେଉଛି ହୃଷିକେଶରେ ଥିବା ରେଲୱେ ଷ୍ଟେସନ । ସବୁଠାରୁ ପାଖ ବିମାନ ସ୍ଥଳୀ ଜୋଲିଗ୍ରାଣ୍ଡ ଅଟେ । ଏହା ଚମୋଲି ଠାରୁ ୨୨୧କିମି ଦୂରରେ ଅବସ୍ଥିତ ଅଟେ ।
ଡେରାଡୁନ, ହରିଦ୍ୱାର, ହୃଷିକେଶ, ନୈନିତାଲ ଏବଂ ଅଲମୋଡା ସମସ୍ତ ସ୍ଥାନରୁ ଚମୋଲିକୁ ବସ ଯାତାୟାତ କରୁଥାଏ ।
ଯିବା ଲାଗି ସଠିକ ସମୟ:
ନଭେମ୍ବରରୁ ଜୁନ