Only for Entertainment

ଏହି ସମସ୍ତ ଗଛ ଘର ପାଇଁ ହୋଇଥାଏ ଅଶୁଭ,ଘଟିଥାଏ ଅଭାବନୀୟ ଘଟଣା ।

basic tutorial online
0 86

ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଗଛ ବିଷୟରେ କୁହାଯାଇଛି,ଯେଉଁ ଗୁଡ଼ିକ ଘରର ଦୋଷ ଦୂର କରିବାରେ ସହାୟକ ହୋଇଥାନ୍ତି । କିନ୍ତୁ ଏଭଳି କିଛି ଗଛ ରହିଛି ଯାହାକୁ ବିପରୀତ ଦିଗରେ ରଖିବା ଦ୍ୱାରା ବାସ୍ତୁ ଶାସ୍ତ୍ର ଦୂର ହୋଇନଥାଏ ବରଂ ଘରକୁ କ୍ଷତି ପହଂଚିଥାଏ । ତେଣୁ ଘରର କୌଣସି ଦିଗରେ ଗଛ ଲଗାଇବା ପୂର୍ବରୁ ସେ ପ୍ରତି ସଚେତନ ହେବା ଆମର କର୍ତ୍ତବ୍ୟ ।

ହିନ୍ଦୁ ଧର୍ମରେ ବର ଏବଂ ଓସ୍ତ ଗଛକୁ ପବିତ୍ର ବୋଲି କୁହାଯାଏ । କିନ୍ତୁ ଏହି ଗଛକୁ କେବେ ମଧ୍ୟ ଘର ଭିତରେ ଲଗାଇବା ଅନୁଚିତ ।

ଏହା ଦ୍ୱାରା ଅଶୁଭ ଫଳ ମିଳିଥାଏ । ତେଣୁ ଏହାକୁ ସର୍ବଦା ମନ୍ଦିର ପରିସରରେ ଲଗାଯାଏ ।

ତୁଳସୀ ଗଛକୁ ଘରର ଦକ୍ଷିଣ ଦିଗରେ ଲଗାଇବା ଅନୁଚିତ । ଏହା ଦ୍ୱାରା ଘରକୁ କ୍ଷତି ପହଂଚିଥାଏ ।

ଉଚ୍ଚ ଗଛକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଉଚିତ । ଯେଉଁ ସ୍ଥାନରେ ପ୍ରଚୁର ସୂର୍ଯ୍ୟକିରଣ ପଡ଼ୁଥିବ ସେହି ସ୍ଥାନରେ ଲଗାଇବା ଉଚିତ । ଧ୍ୟାନ ରଖିବେଯେ ଏହି ଗଛ ଯେପରି ଘରର ରାସ୍ତାରେ ନ ଆସେ ।

ଛୋଟ ଗଛକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ । ଯଦି ଉତ୍ତର-ପୂର୍ବ ଦିଗରେ ଲଗାଯାଏ ତେବେ ଅଶୁଭ ଫଳ ମିଳିଥାଏ ।

ଲତା ଭଳି ଗଛକୁ ଘରର ମୁଖ୍ୟ ଦ୍ୱାର କିମ୍ବା ବାଲକନିରେ ଲଗାଇବା ଉଚିତ । କିନ୍ତୁ ଧ୍ୟାନ ରଖିବେଯେ ଏହା ଯେପରି କାନ୍ଥ ଠାରୁ ଉପରକୁ ନ ଯାଏ । ଏହାକୁ ଭିନ୍ନ ଦିଗକୁ ମୁହଁ କରିଦେବା ଉଚିତ ।

ଏଭଳି କିଛି ଗଛ ରହିଛି ଯାହାକୁ ଘରର ଅଗଚ୍ଚାରେ ଲଗାଇବା ଶୁଭ ହୋଇଥାଏ । ଯେପରିକି ଡାଳିମ୍ବ,ଡାଳଚିନି,ନଡ଼ିଆ,ଅଶୋକ,ଗୋଲାପ,ବଉଳ,ଚମେଲି,କେଶର ଏବଂ ଚମ୍ପା । ତେବେ ଏହି ଗଛକ ଗୁଡ଼ିକୁ ଘରର ଅଗଚ୍ଚା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଲଗାଇବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More