Only for Entertainment

ଗଛ ମଧ୍ୟ ନେଉଛି ମଣିଷଙ୍କ ଭଳି ନିଃଶ୍ୱାସ,ବିଶ୍ୱାସ ହେଉନାହିଁ ତ ଦେଖନ୍ତୁ ଭିଡ଼ିଓ ।

punjab kesari
29

ଆପଣ ମାନେ ନିହାତି ଭାବରେ ଜାଣିଥିବେଯେ ଗଛ ଅମ୍ଳଜାନ ଛାଡ଼ିଥାଏ । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଗଛ ମଣିଷ ଭଳି ନିଃଶ୍ୱାସ ନେଉଛି । କାନାଡ଼ାର ଜଙ୍ଗଲରେ କିଛି ଏହିଭଳି ଘଟଣା ଘଟିଛି । ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ଏହି ଗଛ ଅଚାନକ ମୂଳରୁ ଆରମ୍ଭ କରି ଅଗ୍ର ପର୍ଯ୍ୟନ୍ତ ହଲିବାକୁ ଲାଗିଲା । ଏଭଳି ଲାଗୁଛି ଯେପରି ସେ ନିଃଶ୍ୱାସ ନେଉଛି ।

 

ଭିଡ଼ିଓ ଦେଖି ଜଣାପଡ଼ୁଛି କାନାଡ଼ାର କ୍ୟୁବେକ ଜଙ୍ଗଲରେ ଏଭଳି ଅଜବ ପ୍ରକାରର ଘଟଣା ଘଟୁଛି । ଅବଶ୍ୟ ଏହାର ସତ୍ୟତା କିଛି ଭିନ୍ନ ଯାହା ପରେ ସାମ୍ନାକୁ ଆସିଲା । ଫୋର୍ବସର ରିପୋର୍ଟ ଅନୁସାରେ ଏହା ବାସ୍ତବରେ ପବନ ପାଇଁ ହେଉଥିଲା । ଅଧିକ ପବନ ହେତୁ ଏଭଳି ମନେ ହେଉଛିଯେ ପୃଥିବୀ ହଲୁଛି । ବାସ୍ତବ କାରଣ ହେଉଛି ଅତ୍ୟଧିକ ପବନ ହେବା ଦ୍ୱାରା ଗଛ ଶାନ୍ତ ପଡ଼ିଯାଏ । ଯାହା ଦ୍ୱାରା ମାଟିକୁ ଧରି ରଖିବାର କ୍ଷମତା ଦୁର୍ବଳ ହୋଇଯାଏ । ଏହା ଦ୍ୱାରା ସଂପୂର୍ଣ୍ଣ ଗଛ ହଲିବାକୁ ଲାଗିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More