Only for Entertainment

ଖରାଦିନେ ନିଅନ୍ତୁ ଲସିର ମଜା, ଏଭଳି ପ୍ରସ୍ତୁତ କରନ୍ତୁ

Archana's Kitchen
47

ସାମଗ୍ରୀ:

ପାଚିଲା କଦଳୀ : ୨ଟି, ଦହି : ଏକ କପ, ଚିନି : ମିଠା ଅନୁସାରେ, ପିସ୍ତା ବାଦାମ , କାଜୁ : ଅଳ୍ପ, ବରଫ ଖଣ୍ଡ : ଅଳ୍ପ, ବର୍ନଭିଟା : ୨ ଚାମଚ, ନଡ଼ିଆ କୋରା : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ :

ସର୍ବପ୍ରଥମେ ପାଚିଲା କଦଳୀରୁ ଚୋପା ବାହାର କରି ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ । ଏହା ପରେ କଟା ହୋଇଥିବା କଦଳୀ, ଦହି ଓ ବରଫଖଣ୍ଡ ଓ ଚିନିକୁ ପକାଇ ଗ୍ରାଇଣ୍ଡରରେ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲସି। ଏହାକୁ ଏକ ଗ୍ଲାସରେ ବାହାର କରି ତା ଉପରେ ଜାଜୁ, ନଡ଼ିଆ କୋରା, ବର୍ନଭିଟା,ପିସ୍ତା ବାଦାମ ଓ କାଜୁ ପକାଇ ଘର ଲୋକଙ୍କୁ ପିଇବାକୁ ଦେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More