Only for Entertainment

ଲିଫ୍ଟରେ ଦଉଡିରେ ଲଟକି ଗଲା ଭାଇ, ଭଉଣୀ ବଂଚାଇଲା ଏଭଳି ଦେଖନ୍ତୁ !

91

ଇସ୍ତାନବୁଲ୍‌ର ଜଣେ କୁନି ଝିଅର ସାହସିକତା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। ଝିଅଟି ଲିଫ୍ଟ ଭିତରେ ଯାଉଥିବା ସମୟରେ ନିଜ ସାନ ଭାଇକୁ ବିପଦରୁ ବଞ୍ଚାଇଥିବା ବେଳର ଭିଡିଓ ଭାଇରାଲ୍‌ ହେବା ପରେ ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିବାରେ ଲାଗିଛି।

ଭିଡିଓଟି ଟ୍ଵିଟର୍‌ରେ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଏକ ଲିଫ୍ଟ ଭିତରେ ଦୁଇ ଜଣ କୁନି ଝିଅ ଓ ସେମାନଙ୍କଠାରୁ ସାନ ଜଣେ ପୁଅକୁ ଦେଖିବାକୁ ମିଳିଛି। ଲିଫ୍ଟଟିର ଦୁଆର ବନ୍ଦ ହେବା ପରେ ଲିଫ୍ଟ ଭିତରେ ଥିବା ଏକ ଦଉଡ଼ାରେ ୫ ବର୍ଷର କୁନି ପୁଅଟି ଛନ୍ଦି ହୋଇପଡୁଛି। ସେହି ସମୟରେ ପୁଅର ଭଉଣୀ ସମସ୍ତ ବଳ ପ୍ରୟୋଗ କରି ନିଜ ଭାଇକୁ ଦଉଡ଼ାରୁ ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରଥମେ ଝିଅଟି ନିଜ ଭାଇକୁ ସୁରକ୍ଷିତ ରଖିବା ପାଇଁ ତଳ ପଟୁ ଗୋଡ଼କୁ ଟେକି ଧରିଥିଲା। ଫଳରେ ଦଉଡ଼ାରେ ବେକ ଚାପି ନ ହେବା କାରଣରୁ ଜୀବନ ପ୍ରତି ବିପଦ ହଟିଯାଇଥିଲା। ତା’ପରେ ଦଉଡ଼ାରୁ ମୁକୁଳାଇବାକୁ ଉଦ୍ୟମ ଜାରି ରଖିଥିଲା ଝିଅଟି। ଶେଷରେ ଝିଅଟି ତା’ର ସାହସିକତା ପାଇଁ  ନିଜ ଭାଇର ଜୀବନ ବଞ୍ଚାଇ ପାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More