Only for Entertainment

ଗୋଟିଏ ଟ୍ୱିଟରୁ ଜାଗୃତ ହେଲେ ସରକାର, ଏବେ ଏଠାରେ ଗଛ ଲଗାଇବା ପାଇଁ ମିଳିବ ରାଷ୍ଟ୍ରୀୟ ଛୁଟି

housing
73

ତୁର୍କୀର ଜଣେ ବ୍ୟକ୍ତି ନିଂଜ ଟ୍ୱିଟକୁ ନେଇ ଏବେ ଖୁବ ଚର୍ଚ୍ଚାରେ । ଏହି ବ୍ୟକ୍ତିଙ୍କ ଟ୍ୱିଟ ଏବେ ତାଙ୍କୁ ହିରୋ ବନାଇ ଦେଇଛି । ଏନସ ସାହିନ ନାମକ ଏହି ବ୍ୟକ୍ତିଙ୍କ ପୋଷ୍ଟ ଏତେ ଭାଇରାଲ ହୋଇଛି ଯେ ପୋଷ୍ଟରେ ୫୫ ହଜାରରୁ ଅଧିକ କମେଣ୍ଟ ଆସିଛି । ଏପରି କି ସେଠାକାର ସରକାର ଏହାକୁ ନେଇ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ଅସଲରେ ଏନସ ସାହିନ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ, ‘ମୋ ପାଖରେ ଏକ ଆଇଡିଆ ଅଛି । ଆମେ ରାଷ୍ଟ୍ରୀୟ ବୃକ୍ଷରୋପଣ ଦିବସର ଘୋଷଣା କଣ ପାଇଁ କରୁନେ । ପ୍ରତ୍ୟେକ ବର୍ଷ ଆମେ ଗୋଟିଏ ଦିନ ଛୁଟି ନିଅନ୍ତେ ଏବଂ ଗଛ ଲଗାନ୍ତେ । ଆସନ୍ତୁ ଆମେ ଦୁନିଆ ପାଇଁ ଏକ ଉଦହରଣ ସୃଷ୍ଟି କରିବା ଏବଂ ଆଗାମୀ ପିଢିକୁ ଏକ ସବୁଜୀମା ଦେଶ ଭେଟି ଦେବା ।’

ଏନସଙ୍କ ଏହି ଟ୍ୱିଟରେ ତୁର୍କୀ ରାଷ୍ଟ୍ରପତି ଅର୍ଦୋଗନ ଜବାବ ଦେଇ କହିଥିଲେ, “ଏନସ ଏହା ଏକ ମହାନ ଧାରଣା । ଆମେ ତୁର୍କୀକୁ ଏକ ସବୁଜୀମା ଦେଶ କରିବା ପାଇଁ କାମ କରୁଛୁ ଏବଂ ଆଗକୁ ମଧ୍ୟ କରିବୁ । ଆମେ ଏହି ଦାୟିତ୍ୱ ନେଉଛୁ ଯେ ଆମର ମଧ୍ୟ ଏକ ରାଷ୍ଟ୍ରିୟ ବୃକ୍ଷରୋପଣ ଦିବସ ହେବ ।” ରାଷ୍ଟ୍ରପତିଙ୍କ ଏହି ଟ୍ୱିଟ ପରେ ଏନସ ତାଙ୍କୁ ଧନ୍ୟବାଦ ଜଣାଇ ଟ୍ୱିଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More