Only for Entertainment

କର୍କଟ ନିରାକରଣ କରେ ହଳଦୀ

76

ହଳଦୀରେ ଜଳ, ପ୍ରୋଟିନ୍‌, ଖଣିଜପଦାର୍ଥ, ଫାଇବର୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି, ଭିଟାମିନ୍‌ ସି ଭଳି ତତ୍ତ୍ୱ ତଥା କ୍ୟାଲୋରୀ ଭରପୂର୍‌ ରହିଛି। ହଳଦୀରେ ଥିବା କରକୁମିନ୍‌ କ୍ୟାନସର ଚିକିତ୍ସାରେ ବେଶ୍‌ ସହାୟ ହୋଇଥାଏ। ଆୟୁର୍ବେଦରେ ହଳଦୀକୁ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ରୂପେ ବିବେଚିତ କରାଯାଇଛି। ବିଭିନ୍ନ ଗବେଷଣାରୁ ମଧ୍ୟ ପ୍ରମାଣିତ ହୋଇଛି କ୍ୟାନସର୍‌ ଚିକିତ୍ସା କ୍ଷେତ୍ରରେ ଏହା ଲାଭପ୍ରଦାନ କରିଥାଏ। ଏଥିରେ ପ୍ରଭାବଶାଳୀ ଉପଚାର ଶକ୍ତି ରହିବା ସହ ସ୍ବାସ୍ଥ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। କୌଣସି ପ୍ରକାର ସ୍ବାସ୍ଥ୍ୟ ପାର୍ଶ୍ୱପ୍ରତିକ୍ରିୟା ଏଥିରେ ନ ଥାଏ। ଏହା ସବୁଠୁ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ୍‌ ଯାହା କ୍ୟାନସର୍‌ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ହଳଦୀ କ୍ୟାନସର୍‌ ଜୀବାଣୁର ସଂକ୍ରମଣ ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ।

ଏହାର ଦୈନନ୍ଦିନ ସେବନ କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ। ହଳଦୀରେ ଗୋଲମରିଚ ମିଶାଇ ସେବନ କଲେ ସ୍ତନ କର୍କଟ ଭଳି ଭୟଙ୍କର ରୋଗକୁ ନିୟନ୍ତ୍ରଣ କରାଯାଇପାରେ। ସ୍ତନ କର୍କଟ ଆଶଙ୍କା ବୃଦ୍ଧି କରୁଥିବା କୋଷିକାକୁ ବୃଦ୍ଧି ହେବାରେ ଏହା ବାଧା ସୃଷ୍ଟି କରିଥାଏ। ହଳଦୀରେ ରହିଛି କ୍ୟାନସର୍‌ନାଶକ ଗୁଣ। ଏଥିରେ ଫିନୋଲିକ୍‌ ଯୌଗିକ କରକ୍ୟୁମିନ୍‌ ଥାଏ, ଯାହା କ୍ୟାନସର୍‌ଗ୍ରସ୍ତ ଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ହଳଦୀରେ ଥିବା କରକ୍ୟୁମିନ୍‌କୁ ଯେତେ ବେଳେ ସିସ୍‌ପ୍ଲାଟିନ୍‌ରେ ମିଶାଯାଏ, ସେତେବେଳେ ମସ୍ତିଷ୍କ ଏବଂ ଗଳା କର୍କଟ ଚିକିତ୍ସାରେ ଏହା ବିଶେଷ ପ୍ରଭାବ ପକାଇଥାଏ। କହିବାକୁ ଗଲେ, ବିଭିନ୍ନ ପ୍ରକାର କ୍ୟାନସର୍‌ରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଔଷଧ ହଳଦୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More