Only for Entertainment

ରିଲିଜ ହେଲା ସଲମାନଙ୍କ ଫିଲ୍ମ ‘ଭାରତ’ର ଆଉ ଏକ ଗୀତ, ଦେଖନ୍ତୁ

you tube
41

ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାତ୍ର ୧୫ ଦିନ ପରେ ସିନେମା ଘରେ ପହଁଚିବ । ଏହି ଫିଲ୍ମରେ ସଲମାନ ୫ଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମର ଟ୍ରେଲର ଏବଂ କିଛି ଗୀତ ରିଲିଜ ହୋଇସାରିଥିବା ବେଳେ ଏବେ ଫିଲ୍ମର ଆଉ ଏକ ଗୀତ ‘ତୁରପେୟା’କୁ ରିଲିଜ କରାଯାଇଛି ।

ଏହି ଗୀତକୁ ନିଜର ଆକର୍ଷଣୀୟ ଭଏସ ଦେଇଛନ୍ତି ଜଣାଶୁଣା ସିଙ୍ଗର ସୁଖବିନ୍ଦର । ଏହି ଗୀତରେ ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ସହିତ ନୋରା ଫତେହୀଙ୍କ ଡ୍ୟାନ୍ସିଂ ମୁଭସ ମଧ୍ୟ ଦେଖିବାକୁ ମିଳିଛି ।

ଗୀତଟି ଦେଖିବା ପରେ ସଲମାନ ଖାନଙ୍କ ଫ୍ୟାନ୍ସ କ୍ରେଜ ବଢିବାରେ ଲାଗିଛି । ଫ୍ୟାନ୍ସ ଏହି ଗୀତକୁ ଖୁବ ପ୍ରଶଂସା କରିଛନ୍ତି । ଅଲ୍ଲୀ ଅବାସ ଜଫରଙ୍କ ନିର୍ଦ୍ଦେ ଶନାରେ ନିର୍ମିତ ଏହି ଫିଲ୍ମ ୫ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More