Only for Entertainment

ଘରେ ରଖନ୍ତୁ କଇଁଛ ମିଳିବ ଏହି ସମସ୍ତ ଫାଇଦା !

PetMD
0 41

କଇଁଛକୁ ବିଷ୍ଣୁଙ୍କ ଅବତାର କୁହାଯାଇଛି। ଧାତୁରେ ନିର୍ମିତ କଇଁଛ ଘରେ ରଖିବା ଦ୍ୱାରା ଓ କଇଁଛ ଫଟୋ ଘରର କାନ୍ଥରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରି ସମସ୍ତ ବାସ୍ତୁଦୋଷ ଦୂର କରିଥାଏ। ଦଶାବତାର ସମୟରେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରିଥିଲେ। ସମୁନ୍ଦ୍ର ମନ୍ଥନ ସମୟରେ କଚ୍ଛପ ଅବତାର ନେଇ ମନ୍ଦର ପର୍ବତକୁ ନିଜ ପିଠି ଉପରେ ରଖିଥିଲେ। ତେଣୁ ଭଗବାନ ବିଷ୍ଣୁଙ୍କ ଏହି ଅବତାରକୁ ପୂଜା କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁ ଧର୍ମରେ କଇଁଛକୁ ଶୁଭ ବୋଲି କୁହାଯାଏ। ଘରେ ଧାତୁର କଇଁଛ ରଖିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।

ବାସ୍ତୁ ଅନୁସାରେ କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ। ଏପରି କରିବା ଦ୍ୱାରା ଧନଲାଭ ହେବା ସହ ଶତ୍ରୁଙ୍କ ଠାରୁ ରକ୍ଷା ପାଇପାରିବେ। ପରିବାର ସଦସ୍ୟଙ୍କ ସୁରକ୍ଷା ମଧ୍ୟ ହୋଇଥାଏ। ପରିବାରର ମୁଖ୍ୟଙ୍କ ଆୟୁ ବୃଦ୍ଧି ମଧ୍ୟ ହୋଇଥାଏ।

ଯଦି ଆପଣ ବ୍ୟବସାୟୀ ତେବେ ଦୋକାନ କିମ୍ବା ଅଫିସ କାର୍ଯ୍ୟାଳୟର ମୁଖ୍ୟଦ୍ୱାରରେ କଇଁଛ ଫଟୋ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଅଟକି ଯାଇଥିବା କାମ ଶୀଘ୍ର ହୋଇଥାଏ।

ଘରର ମୁଖ୍ୟଦ୍ୱାରରେ କଇଁଛ ଫଟୋ ଲଗାଇବା ଦ୍ୱାରା ପରିବାରରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ଘରେ କଳହ ଓ ନକାରାତ୍ମକ ଶକ୍ତିର କ୍ଷୟ ହୋଇଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିବା ସହ ଉନ୍ନତି ମଧ୍ୟ ହୋଇଥାଏ।

ଯଦି କୌଣସି ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହେଉଥାଏ କିମ୍ବା କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହୋଇ ରହୁଥାନ୍ତି ତେବେ ତାଙ୍କ ଘରର ଦକ୍ଷିଣ-ପୂର୍ବ ଦିଗରେ କଇଁଛ ଫଟୋ ଲଗାନ୍ତୁ। ଏପରି କରିବା ଦ୍ୱାର ଘରର ବାତାବରଣ ଶୁଦ୍ଧ ରହିଥାଏ। କଇଁଛ କୁଦୃଷ୍ଟିର ପ୍ରଭାବରୁ ଆମକୁ ରକ୍ଷା କରିଥାଏ।କଇଁଛ ଯେକୌଣସି ଧାତୁର ହୋଇଥାଉ ତାହାକୁ ଘରେ ରଖିବା ଉଚିତ। କଇଁଛର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ୱାରା ଜୀବନରେ ଶାନ୍ତି, ଦୀର୍ଘାୟୁ ଓ ଟଙ୍କାର ବୃଦ୍ଧି ହୋଇଥାଏ। ମାଟିର କଇଁଛ ସର୍ବଦା ଘର ଓ କାର୍ଯ୍ୟାଳୟର ପୂର୍ବ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ।

ଏପରି କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। କାଠର କଇଁଛ ରଖିବା ଚାହୁଁଥିଲେ ତାହାକୁ ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More