Only for Entertainment

ଟିଭି ସୋ’ ପ୍ରତିଜ୍ଞାର ଏହି ଅଭିନେତ୍ରୀ ଆଉ ନାହାନ୍ତି ଏ ଦୁନିଆରେ !

india today
0 52

ପପୁଲାର ଟିଭି ସୋ’ପ୍ରତିଜ୍ଞା’ଫେମ ସିନିଅର ଅଭିନେତ୍ରୀ ଅମିତା ଉଦ୍ଗତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି । ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ । ଚିକିତ୍ସା ଦ୍ୱାରା ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ମାତ୍ର ଅଚାନକ ତାଙ୍କର ଫୁସଫୁସ ଅକାମୀ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏଠାରେ ଆମେ କହି ରଖୁଛୁ ଯେ ତାଙ୍କର ଦୁଇ ପୁଅ ରୁଚିନ ଏବଂ ରିସଭ ଦୁହେଁ ଅମିତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ଦିନ କରିବେ । ତାଙ୍କର ବଡ ପୁଅ ବିଦେଶରେ ରହୁଥିବା ଯୋଗୁଁ ସେ ଆସିଲେ ଅମିତାଙ୍କର ସଂସ୍କାର କରାଯିବ ।

ଫିଲ୍ମରେ ମଧ୍ୟ କାମ କରିଛନ୍ତି ଅମିତା
ଅମିତାଙ୍କ ମୃତ୍ୟୁ ପାଇଁ ଏକ କୋ-ଷ୍ଟାର ଆଭା ପରମାର କହିଛନ୍ତି ଏହା ଏକ ଦୁଃଖର ବିଷୟ ଅଟେ । ତାଙ୍କୁ ଦେଖା କରିବା ପାଇଁ ଇଚ୍ଛା ଥିଲା ମାତ୍ର ସେ ଆସିପାରିନଥିଲେ । ଦୁହେଁ ଏକା ସହ କାମ କରିଥିବା କହିଛନ୍ତି ଅଭା ପରମାର ।
ଅମିତା ଛୋଟ ପରଦା ସହ ବଡ ପରଦାରେ ମଧ୍ୟ କାମ କରିଛନ୍ତି । ସେ ପରିଣିତ ଚୋପ୍ରାଙ୍କ ସହ ‘ହସି ତୋ ଫସି’ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସହ ‘ସରବଜିତ’ଫିତ୍ମରେ ମଧ୍ୟ କାମ କରିଛନ୍ତି ।

rang12-1524635097

ଥିଏଟରରୁ କରିଥିଲେ କ୍ୟାରିଅର ଆରମ୍ଭ
ଅମିତା ନିଜ କ୍ୟାରିଅର ଆରମ୍ଭ ୧୯୬୫-୬୬ମଧ୍ୟରେ ଥିଏଟରରେ ଆରମ୍ଭ କରିଥିଲେ । ଏହାପରେ ସେ ମହାରାଣା ପ୍ରତାପ, ବାବା ଏସୋ ବର ଢୁଣ୍ଡୋ, ଡୋଲି ଅରମାନୋ କି ଭଳି ଅନେକ ସୋ’ରେ ନିଜର ଅଭିନୟ ଯାଦୁ ଦେଖାଇଥିଲେ ।
ଶେଷଥର ପାଇଁ ତାଙ୍କୁ ‘କୁଛ ରଂଗ ପ୍ୟାର କେ ଏସେ’ସୋରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ସିରିଅଲରେ ଥିବା ଭୂମିକାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More