Only for Entertainment

ଏହି ଅଭିନେତ୍ରୀଙ୍କର ବାଥଟବରେ ଗାଧୋଇବାର ଭିଡିଓ ଭାଇରାଲ, ସାନ ଭଉଣୀ ନିଶାରେ କଲେ ଏଭଳି..

Amarujala
0 208

ଛୋଟ ପରଦାର ଅଭିନେତ୍ରୀ ସାରା ଖାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କର ବାଥଟବରେ ଗାଧୋଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସାରା ନ୍ୟୁହ ଅନ୍ଦାଜରେ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ସାରାଙ୍କ ଏହି ଭିଡିଓ ତାଙ୍କ ଭଉଣୀ ଆର୍ଯ୍ୟା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।ସାରାଙ୍କ ଏହି ଭିଡିଓ ଏତେମାତ୍ରାରେ ଭାଇରାଲ ହୋଇଛି ଯେ କିଛି ଲୋକ ଏହାର ସ୍କ୍ରିନ ସଟ ମଧ୍ୟ ନେଇ ଯାଇଛନ୍ତି । ଯଦିଓ ଏହାକୁ କିଛି ସମୟ ପରେ ଡିଲିଟ କରି ଦିଆଯାଇଛି । ଭିଡିଓରେ ସାରା ପାଣିରେ ଚିଲ୍ କରୁଛନ୍ତି ଏବଂ ତାଙ୍କ ଭଉଣୀ ତାଙ୍କର ଭିଡିଓ ବନାଇଛନ୍ତି ।

ଏବେ ଏହି ଭିଡିଓରେ ସାରାଙ୍କ ବୟାନ ଆସିଛି । ଏକ ରିପୋର୍ଟ ମୁତାବିକ ସାରା କହିଛନ୍ତି ଯେ, ତାଙ୍କୁ ଜଣା ନଥିଲା ଏଭଳି କଣ ହେଲା ଏବଂ ସେ ଜାଣି ପାରିଲେନି କେତେବେଳେ ତାଙ୍କ ସାନ ଭଉଣୀ ଭିଡିଓ ସେୟାର କରିଥିଲେ । ଯଦିଓ ସେ ଏହି ଭିଡିଓ ଡିଲିଟ କରି ଦେଇଛନ୍ତି ମାତ୍ର ଯାହା ହୋଇଛି ତାହା ଠିକ ନୁହେଁ । ସେ ନିଶାରେ ଥିଲେ ଏବଂ ମଜାକରେ ଏଭଳି ହୋଇଯାଇଥିବା ସାରା କହିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସାରା ବିଗବସ-୪’ର ପ୍ରତିଯୋଗୀ ରୂପେ ଭାଗ ନେଇଥିଲେ । ତାଙ୍କର ଏହି ଭିଡିଓକୁ ପବ୍ଲିସିଟି ଷ୍ଟଂଟ ମଧ୍ୟ କୁହାଯାଉଛି । ଏହା ଉପରେ ସାରା ପ୍ରତ୍ୟୁତ୍ତର ଦେଇଛନ୍ତି ଯେ ସେ ତାଙ୍କ ଡେଲି ସୋପ କାରଣରୁ ଅନେକ ପବ୍ଲିସିଟି ପାଇଛନ୍ତି ତେଣୁ ତାଙ୍କୁ ଏଭଳି ଶସ୍ତା ପବ୍ଲିସିଟିର କୌଣସି ଆବଶ୍ୟକତା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More