Only for Entertainment

ଟିଭିର ଏହି ଅଭିନେତ୍ରୀଙ୍କ ହ୍ୱାଟ୍ସଅପ ଅକାଉଂଟ ହେଲା ହ୍ୟାକ, ଭିଡିଓ କଲ କରି ହ୍ୟାକର୍ସ କରୁଛି ଅଶ୍ଳୀଳ ବ୍ୟବହାର !

25

ହିନ୍ଦୀ ଧାରାବାହିକ ଅଭିନେତ୍ରୀ ତେଜ୍ୱସୀ ପ୍ରକାଶଙ୍କ ହ୍ଵାଟ୍‌ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି । ଅଭିନେତ୍ରୀ ନିଜେ ଏହି ବିଷୟରେ ଜଣାଇଥିବା ବେଳେ ଏ ନେଇ ପୁଲିସରେ ସେ ଖୁବ୍‌ ଶୀଘ୍ର ଅଭିଯୋଗ କରିବେ ବୋଲି ଜଣାଇଛନ୍ତି । ଅଭିଯୁକ୍ତ ଅଭିନେତ୍ରୀ ତେଜ୍ୱସୀଙ୍କ ହ୍ଵାଟ୍‌ସଆପ୍‌ ହ୍ୟାକ୍‌ କରି ହାକର୍ ଅଶ୍ଳୀଳ ଭିଡିଓ କଲ କରୁଥିବା ସାମ୍ନାକୁ ଆସିଛି ।

ଏହି ମାମଲାକୁ ନେଇ ତେଜ୍ୱସୀ କହିଛନ୍ତି କି, ଯେଉଁ ଅଭିଯୁକ୍ତ ମୋର ହ୍ଵାଟ୍‌ସଆପ୍‌ ହ୍ୟାକ୍‌ କରିଛି, ସେ ମୋ ହ୍ଵାଟ୍‌ସଆପ୍‌ରେ ଥିବା ସମସ୍ତ ନମ୍ବରକୁ ମେସେଜ୍‌ କରି ପ୍ରଥମେ ଭଲ ଭାବରେ କଥା ହେଉଛି । ଏହା ସହ ସେ ସମସ୍ତଙ୍କୁ ଏକ ଲିଙ୍କ ସେୟାର କରି ମିଳୁଥିବା କୋଡ୍‌କୁ ସେୟାର କରିବା ପାଇଁ କହୁଛି । କୋଡ୍‌ ମିଳିଯିବା ପରେ ସେ ଭିଡିଓ କଲ କରିବା ଆରମ୍ଭ କରୁଛି । ଭିଡିଓ କଲ୍‌ ଉଠାଇବା ପରେ ଜଣେ ଯୁବକ ଉଲଗ୍ନ ହୋଇ ଠିଆ ହୋଇଥିବା ଦେଖାଯାଉଛି ।

ରବିବାର ମୁଁ ସୁଟିଂ କରୁଥିବା ବେଳେ ମୋତେ ଏକ ଭିଡିଓ କଲ ଆସିଥିଲା । ମୁଁ କଲ୍ ଉଠାଇବା ପରେ ଜଣେ ଉଲଗ୍ନ ବ୍ୟକ୍ତିଙ୍କୁ ଦେଖି ମୁଁ ଡ଼ରି ଯାଇଥିଲି । ଏହା ପରେ ମୋ ସହ ସଂପର୍କରେ ଥିବା ଅଧାରୁ ଅଧିକ ଲୋକଙ୍କୁ ଏଭଳି ହ୍ଵାଟ୍‌ସଆପ୍‌ କଲ୍‌ ଯାଇଥିବା ମୁଁ ଜାଣିବାକୁ ପାଇଥିଲି । ଯିଏ ମୋତେ ଭଲ ଭାବରେ ଜାଣିଛି, ସେ ମୋତେ ବୁଝିଯିବେ । କିନ୍ତୁ ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି, ସେମାନେ ମୋ ଚରିତ୍ରକୁ ନେଇ କ’ଣ ଭାବୁଥିବେ? ଏ ନେଇ ଖବର ପାଇବା ବେଳେକୁ ରାତି ୩ଟା ହୋଇ ଯାଇଥିବାରୁ ମୁଁ ଏ ନେଇ ଅଭିଯୋଗ କରି ପାରି ନାହିଁ । କିନ୍ତୁ ଖୁବ୍‌ ଶୀଘ୍ର ମୁଁ ଏ ନେଇ ଅଭିଯୋଗ କରିବି ବୋଲି କହିଛନ୍ତି ତେଜ୍ୱସୀ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More